କୋଭିଡ୍-୧୯ ସଂକଟ ମୁକାବିଲା ସେନାବାହିନୀ, ନୌସେନା ଓ ବାୟୁସେନାକୁ ପ୍ରଧାନମନ୍ତ୍ରୀ ଉଚିତ ସମୟରେ ନିର୍ଦେଶ ଦେଉଛନ୍ତି: ସିଡିଏସ୍ ବିପିନ ରାୱତ୍

Advertisment
କୋଭିଡ୍-୧୯ ସଂକଟ ମୁକାବିଲା ସେନାବାହିନୀ, ନୌସେନା ଓ ବାୟୁସେନାକୁ ପ୍ରଧାନମନ୍ତ୍ରୀ ଉଚିତ ସମୟରେ ନିର୍ଦେଶ ଦେଉଛନ୍ତି: ସିଡିଏସ୍ ବିପିନ ରାୱତ୍

Image Source: India Today

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ସଂକଟ ମୁକାବିଲା କରିବା ନିମନ୍ତେ ପ୍ରାଧାନମନ୍ତ୍ରୀ ମୋଦୀ ଭାରତୀୟ ସେନାବହିନୀ, ‌ନୌସେନା ଓ ବାୟୁସେନାକୁ ପ୍ରଧାନମନ୍ତ୍ରୀ ସମୁଚ୍ଚିତ ସମୟରେ ନିର୍ଦେଶ ଦେଉଛନ୍ତି ବୋଲି ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍ କହିଛନ୍ତି।

ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ରାୱତ୍ କହିଲେ, ତିନି ସେନାବାହୀନକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ବେଳକୁ ବେଳ ନିର୍ଦେଶ ଆସୁଛି। ପରିସ୍ଥିତି ମୁକାବିଲା କରିବାକୁ କ୍ୟାବିନେଟ୍ ସଚିବମାନେ ବୈଠକ ଓ ଆଲୋଚନା କରୁଛନ୍ତି। ଏହା ପରେ ଭାରତୀୟ ସେନାବାହୀନି, ନୌସେନା ଓ ବାୟୁସେନାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶ ଦେଉଛି। ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ତିନି ସେନାର ମୁଖ୍ୟମାନଙ୍କ ସହ ସୈନ୍ୟବହିନୀର ପ୍ରସ୍ତୁତି ବିଷୟରେ ସମୀକ୍ଷା କରିଛନ୍ତି।

publive-image Image Source: ANI

ରୱତ୍ କହିଲେ, କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ସେନାର ଅଳ୍ପ କେତେ ଜଣ କର୍ମଚାରୀଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ସୀମାନ୍ତରେ ମୁତୟନ ହୋଇଥିବା କୌଣସି ଯବାନ ଏ ପର୍ଯ୍ୟନ୍ତ ସଂକ୍ରମିତ ହୋଇ ନାହାନ୍ତି ବୋଲି ସେ କହିଛନ୍ତି।

କିଛି ଆର୍ଥିକ ସମସ୍ୟା ଅଛି ସତ, କିନ୍ତୁ ଆମର କୋଭିଡ୍ -୧୯ ମୁକାବିଲା ପ୍ରସ୍ତୁତିକୁ ପ୍ରଭାବିତ କରିନାହିଁ। ଆମ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ତାଲିମ୍ ଠିକ୍ ଭାବରେ ଚାଲିଛି।

ସାଧାରଣ ଭାବେ ଆମ ତିନି ସେନାର ଥିବା ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ସବୁ ସ୍ବଦେଶରେ ନିର୍ମାଣ କରାଯାଇ ପାରିବ ବୋଲି କରୋନାଭାଇରସ୍ ମହାମାରୀ ଆମକୁ ଶିକ୍ଷା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe