ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ଉପରେ ଏକ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ତାଙ୍କର ଏହି ବୟାନ ଏବେ ପୂରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କର ବିଦେଶ ନୀତି କ’ଣ ? ବୋଲି ପ୍ରଶ୍ନ କରିବାର ଅଧିକାର ଆମ ପାଖରେ ନାହିଁ ବୋଲି କହିଛନ୍ତି ମାନ୍। ସେ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି କି, ବିଜ୍ଞାପନ ପ୍ରକାଶିତ ହେଉଛି ଯେ ମୋଦୀ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କାହିଁକି ପଞ୍ଜାବ ଏବଂ ହରିୟାଣାର ସମସ୍ୟାର ସମାଧାନ କରୁନାହାଁନ୍ତି ?
ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ବିନା ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ ବିରିୟାନୀ ଖାଇବାକୁ। ପାକିସ୍ତାନ ଆମେ ଯାଇପାରିବୁ ନାହିଁ କିନ୍ତୁ ମୋଦୀ ଯାଇପାରିବେ।
ମୋଦୀଙ୍କ ପାଞ୍ଚଟି ଦେଶ ଗସ୍ତ ଉପରେ ଭଗବନ୍ତ ମାନ୍ ଗତକାଲି କଟାକ୍ଷ କରି କହିଛନ୍ତି ଯେ ‘‘ପ୍ରଧାନମନ୍ତ୍ରୀ ଏମିତି ସବୁ ଦେଶକୁ ଯାଉଛନ୍ତି ଯାହାର ନାଁ ମଧ୍ୟ ଆମକୁ ଜଣାନାହିଁ । ସେଠାକୁ ଯାଇ ସେ ସର୍ବୋଚ୍ଚ ସମ୍ମାନ ପାଉଛନ୍ତି । ସେହି ଦେଶମାନଙ୍କର ଜନସଂଖ୍ୟା ଯେତିକି , ସେତିକି ଲୋକ ତ ଆମର ଏଠି ଜେସିବି ଖୋଳା ଦେଖିବାକୁ ରୁଣ୍ଡ ହୋଇଯାଉଛନ୍ତି।’’
ଭଗବନ୍ତ ମାନ୍ଙ୍କ ଏହି ବୟାନକୁ ବୈଦେଶିକ ମନ୍ତ୍ରାଳୟ ଦୃଢ଼ ନିନ୍ଦା କରିବା ସହ ଦ୍ୱାୟିତ୍ୱହୀନତା ଏବଂ ଦୁଃଖଦ ବୋଲି କହିଛନ୍ତି।
Follow Us