ଅନାସ୍ଥା ଭୋଟ୍‌ ପୂର୍ବରୁ ସମସ୍ତ ସାଂସଦ ଓ ବିଧାୟକଙ୍କ ସହ ଇସ୍ତଫା ଦେବେ ଇମ୍ରାନ ଖାନ୍ !

Advertisment
ଅନାସ୍ଥା ଭୋଟ୍‌ ପୂର୍ବରୁ ସମସ୍ତ ସାଂସଦ ଓ ବିଧାୟକଙ୍କ ସହ ଇସ୍ତଫା ଦେବେ ଇମ୍ରାନ ଖାନ୍ !

ଇସଲାମାବାଦ: ଗତକାଲି ପାକିସ୍ତାନ ସୁପ୍ରିମ୍‌ କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଥିଲେ। ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଇମ୍ରାନ ଖାନ୍ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି।

ସୂଚନା ମିଳୁଛି ଯେ ଇମ୍ରାନ ଖାନ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କେବଳ ଏତିକି ନୁହେଁ, ଇମ୍ରାନଙ୍କ ସହ ତାଙ୍କ ଦଳ ପିଟିଆଇର ସମସ୍ତ ସାଂସଦ ଏବଂ ବିଧାୟକ ନିଜ ନିଜର ପଦରୁ ଇସ୍ତଫା ଦେବେ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଇମ୍ରାନ ଖାନ ସାରା ଦେଶରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିବେ। ଏଥିରେ ସେ ନିଜ ପାଇଁ ଜନସାଧାରଣଙ୍କ ସମର୍ଥନ ସଂଗ୍ରହ କରିବେ ଏବଂ ପାକିସ୍ତାନରେ ତାଙ୍କ ସରକାର ଭାଙ୍ଗିବା ପଛରେ ଦାୟୀ ଥିବା ବିଦେଶୀ ଚିଠିର ଅନୁସନ୍ଧାନ ପାଇଁ ଦାବି କରିବେ।

publive-image theprint

ଅନ୍ୟପକ୍ଷରେ ବିରୋଧୀଦଳର କହିବା ମୁତାବକ, ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ଖାନ ଦେଶ ଛାଡି ପଳାଇଯିବେ। ଏବେ ପାକିସ୍ତାନର ରାଜନୀତି କେଉଁ ମୋଡ ନେବ ଏବଂ ଇମ୍ରାନ ଖାନ୍ କେଉଁ ବଡ଼ ନିଷ୍ପତ୍ତି ନେବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe