ନୂଆଦିଳ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୫୦ ତମ ଜି୭ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ତାଙ୍କର ଇଟାଲୀ ଗସ୍ତ ଆରମ୍ଭ କରିଥିଲେ। ତୃତୀୟ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା ଅଟେ।
ସେ ଅଧିବେଶନରେ ଯୋଗଦେବା ପାଇଁ ଇଟାଲୀର ଆପୁଲିଆରେ ପହଞ୍ଚି ଶୁକ୍ରବାର (ଆଜି) ଏହି କାର୍ଯ୍ୟକ୍ରମରେ ଅନେକ ନେତାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ରେକର୍ଡ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଦେଶିକ ଯାତ୍ରା।
ଇଟାଲୀରେ ଜି-ସେଭେନ ବୈଠକ ବସୁଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାକୁ ଇଟାଲୀରେ ପହଞ୍ଚି ସାରିଛନ୍ତି।। ଏହି ବୈଠକରେ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ତେବେ ଇଟାଲୀରେ ୫୦ତମ ଜି-ସେଭନେ ସମ୍ମିଳନୀ ଆୟୋଜିତ ହେଉଛି । ନିଜ ଗସ୍ତ ବେଳେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
Follow Us