ଦିଲ୍ଲୀରେ ପୁଣି ମୋଦୀ ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ଗଢ଼ିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଦିଲ୍ଲୀରେ ପୁଣି ମୋଦୀ ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ଗଢ଼ିବ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର: ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ସେ ଝାରସୁଗୁଡ଼ା ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅବତରଣ କରି ସେଠାରୁ ହେଲିକେପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚି ରେମେଡ୍ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ପ୍ରଥମେ ସଭାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଉପହାର ପ୍ରଦାନ କରାଯାଇଛି। ଜୟ ଜଗନ୍ନାଥ  ଓ ସମ୍ବଲପୁରୀ ଭାଷାରେ ଜୁହାର କହି ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ସେ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଛନ୍ତି।

publive-image

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,‘ ଏ ଚୌକିଦାରକୁ ଦେଶବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡ଼ୁଛି, ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପରେ ବିଶ୍ୱାସ ଆସିଛି ଦିଲ୍ଲୀରେ ପୁଣି ମୋଦୀ ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ’କେନ୍ଦ୍ର ସରକାର ଦେଉଥିବା ଅର୍ଥର ଉପଯେୋଗ  ରାଜ୍ୟ ସରକାର   କରିପାରୁ ନଥିବା କଥା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେନ୍ଦ୍ର ସରକାର ୨୯/ ୩୦ ଟଙ୍କାରେ ଚାଉଳ କିଣି ଓଡ଼ିଶାକୁ ପଠାଉଛନ୍ତି। ଓଡ଼ିଶା ସରକାର ସେଥିରେ ମାତ୍ର ଦୁଇଟଙ୍କା ମିଶାଇ  ଟଙ୍କିକିଆ ଚାଉଳ ଦେଉଛନ୍ତି  ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଓଡ଼ିଶାରେ ପିଏମ୍ କିଷାନରେ ଚାଷୀମାନେ ଲାଭ ପାଉନାହାନ୍ତି, ଏଠାକାର ସରକାର ଚାଷୀଙ୍କ ତାଲିକା ଦେଉନାହିଁ, ଏଯାଏ ମାତ୍ର ସାଢେ ୮ଲକ୍ଷ ଚାଷୀଙ୍କୁ ଟଙ୍କା ମିଳିପାରିଛି, ଏଠାକାର ସରକାର ଯେଉଁ ସ୍କିମ କରିଛନ୍ତି, ସେଥିରେ ଘୋଟାଲା ନଜର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୋଦି ସରକାର ଆସିଲେ ଗରିବଙ୍କୁ ଘର ପ୍ରଦାନ ତ୍ୱରାନ୍ୱିତ ହେବ ଏବଂ ୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିସାରିଥିବ ବୋଲି ବି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ‘ ଡି ଏମ୍ ଏଫ୍ ଜରିଆରେ ରାଜ୍ୟକୁ ୬ ହଜାର କୋଟି ଟଙ୍କା ଦିଆଯାଇଛି, ଏଠାରେ ଥିବା  ବିଜେଡି ସରକାର ୬ରୁ ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି, ବାକି ପଇସା ପଡ଼ିଛି, ୨୦ ବର୍ଷ ଆପଣମାନେ ଆଖିବନ୍ଦ କରି ଏମାନଙ୍କ ଉପରେ ବିଶ୍ୱାସ କରିଛନ୍ତି, ଏବେ ଓଡ଼ିଶା ମାଟି ପରିବର୍ତ୍ତନ ପାଇଁ ମନସ୍ଥିର କରିସାରିଛି।’

ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଜେପି ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ବିଜୟ ସଂକଳ୍ପ ସଭାକୁ ସଂବୋଧିତ କରୁଥିବା ବେଳେ ଅପରାହ୍ନରେ ଭୁବନେଶ୍ୱରରେ ରୋଡ ଶୋ’ କରିବେ  ଏବଂ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe