କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୩୧ରେ ଆକାଉଣ୍ଟ୍‌କୁ ଆସିବ ଟଙ୍କା, କରିଛନ୍ତି ତ ଏହି କାମ?

Advertisment
କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୩୧ରେ ଆକାଉଣ୍ଟ୍‌କୁ ଆସିବ ଟଙ୍କା, କରିଛନ୍ତି ତ ଏହି କାମ?

AAJ TAK

ନୂଆଦିଲ୍ଳୀ: ଦେଶର କୋଟି କୋଟି କୃଷକଙ୍କ ଅର୍ଥାବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ବାହାର କରିଛନ୍ତି। ସେହି ସବୁ ଯୋଜନାଗୁଡ଼ିକ ମଧ୍ୟରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଦ୍ଧି ଯୋଜନା ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ କୃଷକମାନଙ୍କୁ ୬ ହଜାର ଟଙ୍କା ଦିଆଯାଏ। ଏହି ରାଶି ୪ ମାସ ବ୍ୟବଧାନରେ ୩ଟି କିସ୍ତିରେ ମିଳିଥାଏ। ଥରକେ ୨ ହଜାର ଲେଖାଏ ୩ଟି କିସ୍ତିରେ ୬ ହଜାର ଟଙ୍କା କୃଷକଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି।

ଏବେ ସୁଦ୍ଧା କୃଷକମାନଙ୍କୁ ପିଏମ୍‌ କିଷାନ ଯୋଜନାର ୧୦ଟି କିସ୍ତି ମିଳି ସାରିଲାଣି। ଆଗାମୀ କିସ୍ତିକୁ କୃଷକମାନେ ଅପେକ୍ଷା କରି ରହିଛନ୍ତି। ସୂଚନାରୁ ଜାଣିବାକୁ ମିଳିଛି ଯେ ପିଏମ୍‌ କିଷାନ ଯୋଜନାର ୧୧ତମ କିସ୍ତିର ୨ ହଜାର ଟଙ୍କା ମେ ୩୧ ତାରିଖରେ ମିଳିବ। ଏଇପାଇଁ କୃଷକମାନଙ୍କୁ କିଛି କାମ କରିବାକୁ ପଡ଼ିବ। କୃଷକମାନଙ୍କୁ ଇ-କେୱାସି କରିବା ଜରୁରୀ ଅଟେ। ଇ-କେୱାଇସି ନ କରିଥିଲେ କୃଷକଙ୍କ ଆକାଉଣ୍ଟ୍‌କୁ ଟଙ୍କା ଟ୍ରା‌ନ୍ସଫର୍‌ ହେବ ନାହିଁ। ଏହି ଇ-କେୱାସି କରିବାର ଦୁଇଟି ପ୍ରକ୍ରିୟା ଅଛି। ପ୍ରଥମ ପ୍ରକ୍ରିୟାଟି ହେଉଛି ପିଏମ୍‌ କିଷାନ ଯୋଜନାର ୱେବସାଇଟ୍‌ ଯାଇ ଆଧାରକାର୍ଡ ଓ ଓଟିପି ଜରିଆରେ କରିପାରିବେ। ଦ୍ବିତୀୟ ପ୍ରକ୍ରିୟାଟି ହେଉଛି ସିଏସ୍‌ସି ସେଣ୍ଟର୍‌ରେ ଯାଇ କରାଇପାରିବେ।

ଆପଣ ପିଏମ୍‌ କିସାନ ଯୋଜନାର ୱେବ୍‌ସାଇଟ୍‌ pmkisan.gov.inରେ ଯାଇ ସେଠାରେ ଥିବା ଫାର୍ମର ଫର୍ମରେ କେୱାଇସି ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ। ସେଠାରେ ଖୋଲୁଥିବା ନୂଆ ଆଧାର ନମ୍ବର ଦେଇ ସର୍ଚ ଟ୍ୟାବ୍‌ରେ କ୍ଳିକ୍‌ କରନ୍ତୁ। ତାପରେ ଆପଣଙ୍କୁ ରେଜିଷ୍ଟର୍‌ ମୋବାଇଲ୍‌ ନମ୍ବରରେ ଏକ ଓଟିପି ଯିବ। ଓଟିପି ଦେବା ପରେ ଆପଣଙ୍କର କେୱାସି ଅପ୍‌ଡେଟ୍‌ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe