Image Courtesy of NDTV
ନୂଆଦିଲ୍ଲୀ: କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ସିଞ୍ଚନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରେ ୧୦୦ଟି କିଷାନ୍ ଡ୍ରୋନ୍ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦୃଢ଼ ଆତ୍ମବିଶ୍ବାସର ସହ କହିଛନ୍ତି ଯେ, ଡ୍ରୋନ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ବଳରେ ଭାରତ ବିଶ୍ବକୁ ନୂତନ ନେତୃତ୍ବ ଦେବ।
ସରକାରୀ ଅଧିକାରୀମାନଙ୍କ ସହ ଶୁକ୍ରବାର ଦିନ ଡ୍ରୋନ୍ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ, କୃଷକମାନଙ୍କ ପାଇଁ ଏହା ଗୋଟାଏ ଅଭିନବ ତଥା ଶକ୍ତିଶାଳୀ ଉପକ୍ରମ।
ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଭାରତରେ ଡ୍ରୋନ୍ ଉଦ୍ୟୋଗର ନୂଆ ସଂସ୍କୃତି ପ୍ରସ୍ତୁତି ହେଉଛି। ସଂପ୍ରତି ୨୦୦ରୁ ଅଧିକ ଥିବା ଡ୍ରୋନ୍ କମ୍ପାନି ସବୁ ଅତି ଶୀଘ୍ର ହଜାର ହଜାର ସଂଖ୍ୟକ ହୋଇଯିବ। ଏହା ଫଳରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହୋଇପରିବ।
Image Courtesy of ABP Liveସେ ଆହୁରି ମଧ୍ୟ କହିଛନ୍ତି, ଏହି କ୍ଷେତ୍ରରେ ଯେମିତି କୌଣସି ପ୍ରକାରର ବାଧାବିଘ୍ନ ନ ହୁଏ ସେଥିପ୍ରତି ତାଙ୍କ ସରକାର ସୁନିଶ୍ଚିତ ରହିବ। ଏହାଛଡ଼ା, ଏହି କ୍ଷେତ୍ରର ବିକାଶ ନିମନ୍ତେ ସରକାର କେତେକ ସଂସ୍କାର ଓ ନୀତି ପ୍ରସ୍ତୁତ କରିସାରିଛନ୍ତି।
ଉପଯୁକ୍ତ ନୀତି ବଳରେ ଦେଶର କିଭଳି ଉତ୍ଥାନ ହୋଇଥାଏ , ଏହା ହେଉଛି ତା’ର ପ୍ରକୃଷ୍ଟ ଉଦାହରଣ। କାରଣ, କିଛି ବର୍ଷ ତଳେ ଡ୍ରୋନ୍ କେବଳ ପ୍ରତିରକ୍ଷା କ୍ଷେତ୍ରରେ ହିଁ ମୁତୟନ ହେଉଥିଲା।
‘କିଷାନ୍ ଡ୍ରୋନ୍’ ହେଉଛି ଏକ ନୂତନ ପ୍ରବର୍ତ୍ତନର ଅୟମାରମ୍ଭ। ଆୟ ବୃଦ୍ଧି ପାଇଁ ଆଗାମୀ ଦିନମାନଙ୍କରେ ଫଳ, ପରିବା ଏବଂ ଫୁଲ ଆଦିକୁ ସ୍ବଳ୍ପ ସମୟରେ ବଜାରକୁ ପଠାଇବା ପାଇଁ କୃଷକମାନେ ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ବ୍ୟବହାର କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Follow Us