Azamgarh:Prime Minister, Narendra Modi addressing at the foundation stone laying ceremony of Poorvanchal Expressway, in Azamgarh, Uttar Pradesh on July 14, 2018.( PIB Photo via PTI)(PTI7_14_2018_000183a)
ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଚତୁର୍ଥ ବର୍ଷ ପୂରଣ କରି ର୍ନିବାଚନୀ ବର୍ଷରେ ପାଦ ଦେଇଛନ୍ତି। ତେଣୁ ସାରା ଦେଶରେ କିପରି ଭାବରେ ବିଗତ ଚାରିବର୍ଷ ମଧ୍ୟରେ ଶାସନ ଚାଲିଥିଲା ତାହାକୁ ଲୋକମାନଙ୍କ ସମ୍ମୁଖରେ ବଖାଣୁଛନ୍ତି ମୋଦି। ତେବେ ନିଜର ପୂର୍ବାଞ୍ଚଳ ରାଜ୍ୟ ଗସ୍ତର ଦ୍ୱତୀୟ ଦିନରେ ଏକ ବଡ଼ ଯୋଜନା ବିଷୟରେ ମୋଦୀ କହିଛନ୍ତି। ଏଠାରେ ମୋଦୀ ବଣାସାଗର ଯୋଜନା ସହ ୧୦୮ ଯୋଜନା, ମେଡିକାଲ କଲେଜର ଶିଳାନ୍ୟାସ ସହ ବାରାଣାସୀ ଓ ର୍ମିଜାପୁରକୁ ଯୋଡ଼ିବା ପାଇଁ ଏକ ପୋଲର ଅନୁଧ୍ୟାନ କରିଥିବା ଜଣାପଡିଛି। ର୍ମିଜାପୁରର ଏକ ଗ୍ରାମରେ ଆୟୋଜିକ ଏକ ସଭାରେ ବଣାସାଗର ଯୋଜନାର ଲୋକାର୍ପଣ କରିବା ସହ ସେଠାରେ ହେବାକୁଥିବା ମେଡିକାଲ କଲେଜ ବିଷୟରେ ଆଲୋଚନା କରିଛନ୍ତି।
ତେବେ ମୋଦି କହିଛନ୍ତି ଏଠାରେ ଅନେକ ଯୋଜନା ହେବାରେ ଦେଖାଯାଇଛି। କିନ୍ତୁ କୌଣସି ଯୋଜନା କାର୍ଯ୍ୟକାରିତା ହୋଇପାରିନାହିଁ। କେଉଁ କାରଣରୁ ପୂର୍ବରୁ ହୋଇ ପାରିନାହିଁ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। କିନ୍ତୁ ଉତ୍ତରପ୍ରଦେଶରେ ଯୋଗୀ ମୁଖ୍ୟମନ୍ତ୍ରୀ ହେଲାପରେ ଏଠାରେ ଅନେକ ଲୋକହିତ କର ଯୋଜନା ହେବା ସହ ତାହାର ସମୀକ୍ଷା ମଧ୍ୟ କରାଯାଉଥିବା ଆପଣମାନେ ଦେଖୁଛନ୍ତି। ଏହାସହ ମୋଦି କହିଛନ୍ତି ଯେ, ଦୁଇଦିନ ହେଲା ଏଠାରେ ଅନେକ ନୂତନ ଯୋଜନା କରିବା ସହ ଅନେକ ଯୋଜନାର ଉଦଘାଟନ କରାଯାଉଛି। ତେଣୁ ଏଠାରେ ବିକାଶ ସହ ଯୋଡ଼ି ହୋଇଥିବା ସମସ୍ତ ଦିଗକୁ ମୋର ଦୃଷ୍ଟି ରହିଛି। ଯୋଜନା କିପରି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚିବ ତାହାକୁ ମଧ୍ୟ ଗୁରୁତ୍ୱ ଦେବାରେ ଆବଶ୍ୟକତା ରହିଛି।
/sambad/media/post_attachments/wp-content/uploads/2018/07/download-37-300x168.jpg)
ଏହାସହ ସେ କହିଛନ୍ତି ଆଗରୁ ଏହି ଉନ୍ନୟନମୂଳକ ଯୋଜନା ହୋଇଥିଲେ ବର୍ତ୍ତମାନ ସମୟରେ ଏହାର ଲୋକାର୍ପଣ କରାଯାଇଥାଆନ୍ତା। ତେବେ ଆମେ ଯଦି କୃଷକମାନଙ୍କ କଥା କହିବା ତେବେ ପୂର୍ବ ସରକାର କୃଷକ ମାନଙ୍କ ପାଇଁ କୌଣସି ଯୋଜନା କରିନାହାନ୍ତି। ୪୦ ବର୍ଷ ପୂର୍ବରୁ ଏହାର ପରିକଳ୍ପନା କରାଯାଇଥିଲା। ବଡ଼ ଦୁଃଖର ବିଷୟ ଏହା ଆରମ୍ଭ ହେଉ ହେଉ ୨୦ ବର୍ଷ ପଳାଇଥିଲା। କିନ୍ତୁ ୨୦୪ ମସିହାରେ ଉତ୍ତରପ୍ରଦେଶରେ ବିଜେପି ସରକାର ଆସିବା ପରେ ସମସ୍ତ ଅଟକିଥିବା ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଆମ ସମସ୍ତଙ୍କ ପାଇଁ ଏକ ଖୁସିର କଥା ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ଭାରତରେ ବିଗତ ଦୁଇବର୍ଷ ମଧ୍ୟରେ ୫ କୋଟି ଲୋକ ଗରିବ ଶ୍ରେଣୀରୁ ନିସ୍ତାର ପାଇପାରିଛନ୍ତି। ଏବେକାର କିଛି ଦଳ ଦେଶର କୃଷକମାନଙ୍କ ପାଇଁ ଆଖିରୁ ଲୁହ ବାହାର କରୁଛନ୍ତି। କିନ୍ତୁ ବିଜେପି ସରକାର ଦେଶର ବିକାଶ ଦିଗରେ କାମ କରୁଛି ଓ ଆଗକୁ ମଧ୍ୟ କରିବ ବୋଲି ମୋଦି କହିଛନ୍ତି।
ଏହି ସଭାରେ ମୋଦି ସାଧାରଣ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆପଣମାନେ ଯେଉଁ ଆଶାନେଇ ଯୋଗୀ ସରକାରଙ୍କୁ ଭୋଟ ଦେଇଛନ୍ତି ଠିକ୍ ସେହିପରି ଭାବରେ ଆପଣମାନଙ୍କର ବିକାଶ କରାଯିବ। ବାରଣାସୀ ସହ ର୍ମିଜାପୁର ପୋଲ ବିକାଶର ଯୋଗ ସୂତ୍ରକାରୀ ହେବ ବୋଲି ମୋଦି କହିଛନ୍ତି। ତେବେ ଏହି ସଭାକୁ ସମ୍ବୋଧନ କଲାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।
Follow Us