ନୂଆଦିଲ୍ଲୀ: ଗୋଟିଏ ଗାଡ଼ିରେ ଗଲେ ମୋଦୀ -ପୁଟିନ୍ । ସମାନ କାରରେ ଏକାଠି ବସି ଦୁଇ ନେତା ଗଲେ ପ୍ରଧାନମନ୍ତ୍ରୀଙ୍କ ବାସଭବନ । ପାଲମ ଏୟାରପୋର୍ଟରେ ରୁଷିଆ ରାଷ୍ଟ୍ରପତି ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ପ୍ରୋଟକଲ ଭାଙ୍ଗି ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଆଉ ତାଙ୍କୁ ସ୍ବାଗତ କରିବା ପରେ ଏକାଠି, ଗୋଟିଏ ଗାଡ଼ିରେ ଦୁହେଁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗଲେ ।

Advertisment

ଦୁହେଁ ଏୟାରପୋର୍ଟରୁ ଯିବା ବେଳେ ହାତ ହଲାଇ ଅଭିବାଦନ ଜଣାଇଛନ୍ତି । ସେପଟେ ଏମଏଫଏ ରୁଷିଆ ପକ୍ଷରୁ ପୁଟିନ ଭାରତରେ ପହଞ୍ଚିଗଲେ ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭବ୍ୟ ସ୍ବାଗତ କଲେ ବୋଲି ଟୁଇଟ କରି କୁହାଯାଇଛି ।

modi-putin
modi-putin Photograph: (sambad.in)

ଆହୁରି ପଢନ୍ତୁ- Putin’s in India : ଭାରତରେ ପହଞ୍ଚିଲେ ପୁଟିନ, ପ୍ରୋଟୋକଲ ଭାଙ୍ଗି ସ୍ବାଗତ କଲେ ମୋଦୀ

ଚୀନରେ ବି ଗୋଟିଏ କାରରେ ବସିଥିଲେ

ତେବେ ଠିକ୍ ୪ ମାସ ତଳେ ଅର୍ଥାତ ନଭେମ୍ବରରେ ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଗୋଟିଏ କାରରେ ବସିଥିଲେ । ଆଲୋଚନା ପାଇଁ ମୋଦୀ ଓ ପୁଟିନ ଗୋଟିଏ କାରରେ ଯାତ୍ରା କରିଥିବାର ଫଟୋ ବେଶ ଭାଇରାଲ ହେଇଥିଲା । ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ସେହି ଚଳନ୍ତା କାରରେ ହେଇଥିଲା । ଆଉ ପୁଣି ଥରେ ୪ ମାସ ପରେ ଦିଲ୍ଲୀରେ ନିଜ କାରରେ ବସାଇ ନିଜ ଆବାସକୁ ପୁଟିନଙ୍କୁ ନେଇଛନ୍ତି ମୋଦୀ ।

ଆହୁରି ପଢନ୍ତୁ- Parliament Winter Session: ସମ୍ମାନ-ସଂସ୍କାର-ଶିଷ୍ଟାଚାର: ସଂସଦରେ ମଲ୍ଲିକାର୍ଜୁନଙ୍କ କାନ୍ଧକୁ ମସାଜ କରିଦେଲେ ରାହୁଲ, ଭାଇରାଲ ହେଲା ଭିଡ଼ିଓ…

ଦୁଇ ଦିନିଆ ଭାରତ ଗସ୍ତରେ ପୁଟିନ୍

ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀ ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନବନ୍ଦରକୁ ଯାଇ ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ରୁଷ୍ ଓ ଭାରତ ପାରମ୍ପରିକ ବନ୍ଧୁ ଭାବେ ଜଣାଶୁଣା । ତାଙ୍କ ଗସ୍ତକାଳରେ ଭାରତ ଓ ରୁଷ ମଧ୍ୟରେ ଶିଖର ସମ୍ମିଳନୀ ସହ ବହୁ ଚୁକ୍ତି ସ୍ୱାକ୍ଷର ହେବ ।

ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ । ପୁଟିନଙ୍କ ସହ ରୁଷର ବହୁ ମନ୍ତ୍ରୀ ଓ ଅଧିକାରୀ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କ ରହଣିଠୀରୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ରୁଷରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ପୁଟିନ କହିଛନ୍ତି, ମୋଦୀ ହେଉଛନ୍ତି ସେହି ନେତା ଯିଏ କାହାରି ଚାପରେ ଆସନ୍ତି ନାହିଁ । ତାଙ୍କ କହିବା ଅନୁଯାୟୀ, ଆମେରିକାର ଉଚ୍ଚ ଶୁଳ୍କ ଦେଇ ଚାପ ପକାଇବାର ଚେଷ୍ଟା ଭାରତ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ।

୪ ମାସ ତଳେ ମୋଦୀ କରିଥିଲେ ପୋଷ୍ଟ