ନୂଆଦିଲ୍ଲୀ: ହାଲକା ଫୁଲକା ମୁହୂର୍ତ୍ତରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ସଂସଦରେ ମସାଜ ଦେଲେ ରାହୁଲ ଗାନ୍ଧୀ । ମଲ୍ଲିକାର୍ଜୁନ ଖଡଗେଙ୍କ କାନ୍ଧକୁ ହାଲକା ଭାବେ ମସାଜ ଦେଲେ ରାହୁଲ । ଆଉ ରାହୁଲ ଦେଉଥିବା ମସାଜର ମଜା ନେଲେ ତାଙ୍କ ଠାରୁ ବୟସରେ ଅଧିକ ଥିବା ଖଡଗେ । ରାହୁଲ ଓ ମଲ୍ଲିକାର୍ଜୁନଙ୍କ ଏହି ଖୁସି ମଜାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

Advertisment

ଆହୁରି ପଢନ୍ତୁ- Cold Wave: ତଳମୁହାଁ ପାରଦ: ଦିନ ୧୦ଟାରେ ସୂର୍ଯ୍ୟ ଦୃଶ୍ୟମାନ, ସଂଜ ନଇଁଲେ ଶୀତର ରାଜୁତି

ମସାଜ କଲେ ରାହୁଲ

ସଂସଦରେ ଚାଲିଛି ଶୀତ ଅଧିବେଶନ । ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଯେତେବେଳେ ସମସ୍ତେ ଉପସ୍ଥିତି ଥିଲେ । ଠିକ୍ ସେତେବେଳେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପଛରେ ଛିଡା ହୋଇଥିଲେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଉ ଖଡଗେଙ୍କ ପଛ ସିଟରୁ ରାହୁଲ ତାଙ୍କ କାନ୍ଧକୁ ଧିରେ ଧିରେ ମସାଜ କରୁଛନ୍ତି । ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ ଆସି ଖଡଗେଙ୍କୁ କିଛି କହୁଛନ୍ତି ଆଉ ସମସ୍ତେ ଉକ୍ତ ମୁହୂର୍ତ୍ତର ମଜା ନେଉଛନ୍ତି ।

ଆହୁରି ପଢନ୍ତୁ- Vladimir Putin India Visit: ପୁଟିନଙ୍କୁ ପସନ୍ଦ ନୁହେଁ ଭାରତୀୟ ରୋଷେୟାଙ୍କ ଖାଦ୍ୟ ଓ ମସଲା

ପ୍ରତିଫଳିତ ହେଲା ରାହୁଲଙ୍କ ସଂସ୍କାର

ଆମେ ଆମ ଘରମାନଙ୍କରେ ଦେଖିଛେ କି ବୟସ୍କ ଲୋକମାନେ ସାନ ପିଲାଙ୍କୁ କାନ୍ଧ, ଗୋଡ, ମୁଣ୍ଡ ମସାଜ କରିଦେବାକୁ ଅନେକ ସମୟରେ କୁହନ୍ତି । ଆଉ ସାନପିଲାମାନେ ମସାଜ କରିଦିଅନ୍ତି । ଯଦିଓ ଖଡଗେ ମସାଜ କରିବାକୁ ରାହୁଲଙ୍କୁ କହିନଥିବେ କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ନିଜ ଆଡୁ ବୟସ୍କଙ୍କୁ ସମ୍ମାନ ଏବଂ ସେବା ଦେବାକୁ ଏମିତି କରିଥିବେ… ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହା ଖଡଗେଙ୍କ ପ୍ରତି ରାହୁଲଙ୍କ ପ୍ରେମ, ସମ୍ମାନ ବୋଲି କିଛି ୟୁଜର୍ସ କହିଥିବା ବେଳେ ରାଜନୀତିର ଉପରେ ସେମାନଙ୍କ ସମ୍ପର୍କ । ଏହି ଦୃଶ୍ୟ ରାହୁଲଙ୍କ ସଂସ୍କାର ଓ ଶିଷ୍ଟାଚାରକୁ ଦର୍ଶାଉଛି ବୋଲି ଅନେକ ୟୁଜର୍ସ କହୁଛନ୍ତି ।