ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ପାରଦ ତଳ ମୁହାଁ ହୋଇଛିl ପାରତଦ ତଳମୁହାଁ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନ ବ୍ଯବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି। ଗତକାଲି ପାରଦ ୯.୮ ଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୧୦.୧ ଡିଗ୍ରିରେ ପହଞ୍ଚି ଥିବା ରେକର୍ଡ କରିଛି କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ। ଫଳରେ ଏହାର ପ୍ରକୋପରେ ଶୀତ ବଢ଼ିବାରେ ଲାଗିଛି। 

Advertisment

ଲଘୁଚାପ, ଘୂର୍ଣ୍ଣିବଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ଅନୁଭୂତ ହୋଇଛି ଶୀତ। କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡ଼ରେ ବସି ବ୍ଯବସାୟ କରୁଥିବା ବ୍ଯବସୀୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକଙ୍କ ପାଇଁ ପ୍ରବଳ ଶୀତ ବଢାଇ ଦେଇଛି ଚିନ୍ତା। ପୁଣି ଥରେ ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ଯାରେ ରାସ୍ତାକଡ଼ରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି।

ଯାତାୟତରେ ସମସ୍ୟା

କୁହୁଡ଼ି ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଛିl ସବୁଜ ବନାନୀ ଓ ଚତୁଃର ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜିଲିଂ ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ, ଯାହାକି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏl ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତିl ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ସହ ଚଳିତ ବର୍ଷ ଶୀତ ମହୋତ୍ସବ ପାଇଁ ବାରମ୍ବାର ଦାବି ଉଠୁଛିl ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘତମ କଳିଙ୍ଗା ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନ, ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରି ଥାଏl

ଆହୁରି ପଢ଼ନ୍ତୁ: Winter Makeup: ଶୀତ ଦିନରେ କିପରି ନେବେ ମେକଅପ୍‌, ଆସନ୍ତୁ ଜାଣିବା

ଥଣ୍ଡାର ପ୍ରକୋପ ବଢ଼ିଲା

ଆଜି ସାରା ଅଞ୍ଚଳ କୁହୁଡ଼ିମୟ ହୋଇଥିବା ବେଳେ ସାରା ଅଞ୍ଚଳ ଯେମିତି କୁହୁଡ଼ିର ବଳୟ ଭିତରେ ରହିଥିବା ଭଳି ଜଣା ପଡୁଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦର୍ଶନ ମିଳିନଥିଲା। ଥଣ୍ଡା ଜାରି ରହିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାରେ ଯାନବାହାନ ଯାତାୟତରେ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଗାଡ଼ି ଚାଳକମାନେ। ରାସ୍ତା ଦେଖା ନଯିବା କାରଣରୁ ରାସ୍ତାକଡ଼ରେ ଗାଡ଼କୁ ରଖି ଦେଇଥିଲେ ବହୁ ଗାଡ଼ି ଚାଳକ। ଦିନକୁ ଦିନ ତାପମାତ୍ରା କମିବା ସହ ଥଣ୍ଡାର ପ୍ରକୋପ ବଢ଼ିବା ସହ ଜାଡ଼ ଆରମ୍ଭ ହୋଇ ହାତ ଗୋଡ଼ କାଲୁଆ ମାରି ଯାଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁ ର ସହାର ନେଉଥିବା ଦେଖିବାକୁ ମିଳିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଥଣ୍ଡାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଆହୁରି ପଢ଼ନ୍ତୁ: Odisha is shivering in the cold: ଜାଡ଼ରେ ଥରୁଛି ଓଡ଼ିଶା ଘୁ.ଉଦୟଗିରି ସବୁଠୁ ଥଣ୍ଡା: ସତର୍କ କରାଇଲା ପାଣିପାଗ ବିଭାଗ