ଶୀତ ଦିନ ଆସିବା ମାତ୍ରେ ଆମ ତ୍ୱଚାକୁ ନେଇ ବହୁ ଚିନ୍ତାରେ ରହିଥାଉ। କାହିଁକି ନା ଶୀତ ଦିନେ ଆମ ତ୍ୱଚା ବହୁତ ଡ୍ରାଏ ହୋଇଯାଏ। ସେଥିପାଇଁ ଆମେ ଯଦି ତ୍ୱଚା ଉପରେ ଧ୍ୟାନ ନଦେବା , ଆଗକୁ ଯାଇ ତ୍ୱଚା ସମ୍ବନ୍ଧୀୟ  ସମସ୍ୟା ଆହୁରୀ ବଢ଼ିଯିବ। ଏହି ପରିସ୍ଥିତିରେ ଯଦି ଆପଣ କୌଣସି ବାହାଘର କିମ୍ବା ପାର୍ଟିକୁ ଯାଉଛନ୍ତି , ତାହାଲେ  ମେକଅପ ପ୍ରତି ଧ୍ୟାନ ଦଅନ୍ତୁ। ନହେଲେ ଡ୍ରାଏ ପାଇଁ ମେକଅପ ପୂରା ଖରାପ ହୋଇଯିବ । 

Advertisment

ମସାଜରୁ କରିବେ ଆରମ୍ଭ :

ଶୀତଦିନେ ମେକ୍‌ଅପ୍‌ ନେବା ପୂର୍ବରୁ, ସ୍କିନ୍‌କୁ ଏକ ଭଲ ମଶ୍ଚରାଇଜରରେ ଧୀରେ ଧୀରେ ମସାଜ କରିବେ। ଅତିକମ୍‌ରେ ୨ ମିନିଟ୍‌ ପାଇଁ ମସାଜ୍‌ କରିବା ଜରୁରୀ। ଯାହାଦ୍ୱାରା ମୁହଁରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବ ଏବଂ ମେକ୍‌ଅପ୍‌ ପରେ ଚେହେରା ଅଧିକ ସୁନ୍ଦର ଦେଖାଯିବ। ଏହାସହ ମେକ୍‌ଅପ୍‌ ପରେ ମୁହଁ ଶୁଖିଲା ମଧ୍ୟ ଦେଖାଯିବ ନାହିଁ ।

ଆହୁରି ପଢ଼ନ୍ତୁ: ବିଚିତ୍ର ପ୍ରଶାସନ: ଆବେଦନର ପରେ ମଧ୍ୟ ଦିବ୍ୟାଙ୍ଗଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଫାଉଣ୍ଡେସନ୍‌ରେ ତେଲ ମିଶାଇ ମୁହଁରେ ବ୍ୟବହାର କରନ୍ତୁ:

ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ, ତାହେଲେ ଆପଣ ମେକ୍‌ଅପ୍‌ କରିବା ପୁର୍ବରୁ ଫାଉଣ୍ଡେସନ୍‌ରେ ଦୁଇ ବୁନ୍ଦା ମୁହଁରେ ବ୍ୟବହାର ହେଉଥିବା ତେଲ ମିଶାଇ ଦିଅନ୍ତୁ। ତାପରେ ହିଁ ସେହି ଜିନିଷକୁ ବେକ, ମୁହଁ ଓ ହାତରେ ଲଗାଇ ଦିଅନ୍ତୁ। ତେବେ ଏପରି କରିବା ଦ୍ୱାରା ଆପଣ ମେକ୍‌ଅପ୍‌ ନେବା ପରେ ଆପଣଙ୍କ ମୁହଁ ଡ୍ରାଏ ଦେଖାଯିବ ନାହିଁ ।

ହାଇଲାଇଟର୍‌ ବ୍ୟବହାର କରନ୍ତୁ :

ଶୀତଦିନେ ଅତ୍ୟଧିକ ମେକଅପ୍ ଲଗାଇବା ଦ୍ୱାରା ସ୍କିନ୍ର ପ୍ରାକୃତିକ ଚମକ କମିଯାଏ। ଯଦି ଆପଣ କେବଳ ହାଲୁକା ମେକଅପ୍ କରନ୍ତି ତେବେ ଏହା ଭଲ ହେବ। କିନ୍ତୁ ଫାଉଣ୍ଡେସନ୍ ଲଗାଇବା ପରେ ହାଇଲଟ୍‌ର ବ୍ୟବହାର କରିବେ।

ଆହୁରି ପଢ଼ନ୍ତୁ: ମାନସିକ ଓ ଶାରିରୀକ ସୁସ୍ଥ ରହିବେ କିପରି, ଆପଣାନ୍ତୁ ଜାପାନୀ ସୂତ୍ର...