ଆଜିର ବ୍ୟସ୍ତ ବହୁଳ ବିବ୍ରତ ବିଷାଦ ସାଙ୍ଗକୁ କ୍ଲାନ୍ତ କର୍ମମୟ ଜୀବନରେ ମଣିଷ ଯେତେବେଳେ ଅଶାନ୍ତିରେ ବାଟବଣା ହୋଇ ଘୂରିବୁଲୁଛି ଟିକେ ଶାନ୍ତି ପାଇବାକୁ ଆଜିର ଦୁନିଆରେ ଏକ ପ୍ରକାର ଅସମ୍ଭବ ହୋଇଯାଇଛି। ଏହି ଶାନ୍ତି ଟିକିଏ କିପରି ମଣିଷକୁ ମିଳିପାରିବ ସେଥିପାଇଁ ଜାପାନୀମାନେ ୫ଟି ଶୈଳୀକୁ ଅନୁସରଣ କରିଥାନ୍ତି। ଏହି ଅଭ୍ୟାସ ସବୁକୁ ଯଦି ଜଣେ ଧରି ଚାଲିବ ତେବେ କୌଣସି ଅଶାନ୍ତିର ବଶବର୍ତ୍ତୀ ‌ହେବ ନାହିଁ। ଏହି ଅଭ୍ୟାସ ସବୁ କରିବାକୁ ହେଲେ ମନକୁ ପ୍ରଥମେ ଦୃଢ଼ କରିବା ଦରକାର। ତେବେ ଯାଇ ଜରେ ମାନସିକ ଓ ଶାରିରୀକ ସୁସ୍ଥ ଅନୁଭବ କରିପାରିବ।

Advertisment

ଶୋଗନାଇ: 

ଆଜିର ସଭ୍ୟତାରେ ମଣିଷ ବେଳେବେଳ ନିଜ ନିୟନ୍ତ୍ରଣରେ ନଥିବା ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛି କିନ୍ତୁ ପାଇପାରୁ ନାହିଁ। ସେଥିପାଇଁ ଏଥିପ୍ରତି ସମୟ ନଷ୍ଟ ନ କରି ମନକୁ ଅନ୍ୟତ୍ର କାର୍ଯ୍ୟ‌ରେ ଲଗାଇବା ଉଚିତ।  ସରଳ ଭାଷାରେ ବୁଝାଇବାକୁ ଗଲେ ଲୋଭକୁ ଛାଡ଼ିବା ଉଚିତ। 

ଆହୁରି ପଢ଼ନ୍ତୁ: ସାଇଟିକା ବା ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ରାମବାଣ ଏହି ଯୋଗାସନ

ଶିରୀନ- ୟକୁ:

ଏକ ସୁନ୍ଦର ଶାନ୍ତ ପରିବେଶରେ କିଛି ସମୟ ନିଜ ଭିତରେ କାଟିବା। ସୋସିଆଲ୍‌ ମିଡିଆରୁ କିଛି ସମୟ ଦୂରେଇ ରଖିପାରିଲେ ଆମେ ମନାରେ ଶାନ୍ତି ଆଣି ପାରିବା। 

ନେନବୁତ୍ସୁ: 

ଏହା ଏକ ସରଳ ଏବଂ ଶକ୍ତିଶାଳୀ ଉପାୟ ଯାହା ମନକୁ ବାସ୍ତୁବାଦୀ ଚିନ୍ତାରୁ ସ୍ଥାନାନ୍ତରିତ କରିଥାଏ। ଈଶ୍ୱରଙ୍କ ଧ୍ୟାନ-ତପ-ଜପରେ ନିଜର କିଛି ସମୟ କାଟିବା ଦରକାର। ଏପରି ଦ୍ବାରା ମନକୁ ହାଲୁକା ଲାଗେ ଓ ସକାରାତ୍ମକ ଚିନ୍ତାଧାରା ଆସିଥାଏ।

ଗମାନ: 

ଯେକୌଣସି କାର୍ଯ୍ୟପ୍ରତି ମନକୁ ଦୃଢ଼ ପାଇବାର ଇଚ୍ଛା ଶକ୍ତି ରହିବା ଦରକାର। ସେଥିପାଇଁ ଗୋଟିଏ କାର୍ଯ୍ୟରେ ମନକୁ କେନ୍ଦ୍ରିତ କରି ନିଷ୍ପତ୍ତି ନେବା ଉଚିତ। ଯାହାଦ୍ବାରା ଆମକୁ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାକୁ ସହଜ ହୋଇଥାଏ। 

ଆୁରି ପଢ଼ନ୍ତୁ: କାଳ ହେଲା ଚଳନ୍ତା ଟ୍ରେନରେ ଚଢ଼ିବା, ଚାଲିଗଲା ଶିକ୍ଷକଙ୍କ ଜୀବନ

 ୱବି-ସବି:

ଜୀବନରେ ସବୁକିଛି କ୍ଷଣସ୍ଥାୟୀ। ସେଥିପାଇଁ ଗୋଟଏ ଜିନିଷକୁ ମନ ଭିତରେ ରଖି ମନକୁ ଚାପଗ୍ରସ୍ତ କରିବା ଠିକ୍‌ ନୁହେଁ। ସମୟ ସହିତ ମଣିକେୁ ଚାଲିବାକୁ ପଡ଼ିଥାଏ। ସେଥିପାଇଁ ମନରେ ବାରମ୍ବାର ଗୋଟିଏ କଥା ପ୍ରତି ଘାରି ନ ହୋଇ ଅନ୍ୟ କାର୍ଯ୍ୟରେ ମନ ନିବେଶ କରିପାରିଲେ ମନକୁ ଶାନ୍ତି ମିଳିଥାଏ।