ଏକାଗ୍ରତା ଓ ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଉତ୍ଥିତ ହସ୍ତ ପାଦାଙ୍ଗୁଷ୍ଠାସନ ଆସନ କରିବାକୁ ପଡ଼ିଥାଏ। ଏହାଦ୍ବାରା ମାଂସପେଶୀୟ ଓ ସ୍ନାୟବିକ ସନ୍ତୁଳନରେ ସମ୍ମନ୍ବୟ ଆସେ। ନିତମ୍ବ ଓ ଗୋଡ଼ ମାଂସପେଶୀ ମଜ୍‌ବୁତ ହୁଏ ଏବଂ କାର୍ଯ୍ୟକ୍ଷମ ହୁଏ। 

Advertisment

ଏହାକୁ କରିବାକୁ ହେଲେ ପ୍ରଥମେ

* ପାଦ ଏକାଠି ରଖି ସିଧା ଠିଆ ହୁଅନ୍ତୁ।
* ଆଖି ଉଚ୍ଚରେ ଥିବା ଏକ ସ୍ଥିର ବିନ୍ଦୁରେ ଦୃଷ୍ଟି ନିବଦ୍ଧ କରନ୍ତୁ।
* ଡାହାଣ ଆଣ୍ଠୁ ଭାଙ୍ଗି ଜଙ୍ଘକୁ ଛାତିର ଯେତେ ନିକଟକୁ ପାର ଆଣନ୍ତୁ।
* ଡାହାଣ ହାତକୁ ବାଙ୍କିଥିବା ଗୋଡ଼ ବାହାରକୁ ରଖି ପାଦ ବୁଢ଼ା ଆଙ୍ଗୁଳିକୁ ଧରନ୍ତୁ।
* ଡାହାଣ ଗୋଡ଼ ସିଧା କରନ୍ତୁ ଏବଂ ଧୀରେ ଦେହ ନିକଟକୁ ଆଣନ୍ତୁ।
* ଭାରସାମ୍ୟ ପାଇଁ ବାମହାତ କଡ଼କୁ ଉଠାନ୍ତୁ ଏବଂ ଚିନ୍‌ ମୁଦ୍ରା ବା ଜ୍ଞାନ ମୁଦ୍ରା କରନ୍ତୁ।
* ଶେଷ ସ୍ଥିତିକୁ ଯେତେ ସମୟ ସମ୍ଭବ ଧରି ରଖନ୍ତୁ।
* ଆଣ୍ଠୁ ବାଙ୍କ, ବୁଢ଼ା ଆଙ୍ଗୁଳି ଛାଡ଼ିଦିଅନ୍ତୁ ଏବଂ ଧୀରେ ପାଦ ଭୂଇଁକୁ ଆଣନ୍ତୁ।
* ବିପରୀତ ଗୋଡ଼ରେ ଅଭ୍ୟାସର ପୁନରାବୃତ୍ତି କରନ୍ତୁ।

ଆହୁରି ପଢ଼ନ୍ତୁ: History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର

ସଜାଗତା: 

ଆଖି ଉଚ୍ଚରେ ଥିବା ଏକ ବିନ୍ଦୁରେ ଦୃଷ୍ଟି ଓ ଭାରସାମ୍ୟ ରଖିବାରେ ଲକ୍ଷ୍ୟ ରହିବା ଦରକାର। ଗୋଡ଼ ମାଂସପେଶୀକୁ କଷ୍ଟ ଦିଅନ୍ତୁ ନାହିଁ। ସାଇଟିକା, ନିତମ୍ବ ବା ଆଣ୍ଠୁ ଗଣ୍ଠି ସମସ୍ୟା ଥିଲେ ଏହି ଆସନ କରିବେ ନାହିଁ।

ଆହୁରି ପଢ଼ନ୍ତୁ: Tower On Shahrukh's Name: ଦୁବାଇରେ ଶାହରୁଖଙ୍କ ନାମରେ ନିର୍ମାଣ ହେବ ୪ହଜାର କୋଟିର ଟାୱାର

ଆହୁରି ପଢ଼ନ୍ତୁ: UPSC Interview Questions: UPSC Interview ବେଳେ ମୁଖ୍ୟତଃ ଏହି ୬ଟି ପ୍ରଶ୍ନ କରନ୍ତି ବୋର୍ଡ ସଦସ୍ୟ

ଆହୁରି ପଢ଼ନ୍ତୁ: Health Tips: ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା ଶରୀର ପାଇଁ କେତେ ସ୍ବାସ୍ଥ୍ୟକର ?