ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତଗସ୍ତରେ ଆସୁଛନ୍ତି। ଏହିଗସ୍ତ ସମୟରେ ପୁଟିନ ଅନେକ ବଡ଼ ଚୁକ୍ତି ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଛି। ଗୁରୁବାର ସନ୍ଧ୍ୟାରେ ପୁଟିନଙ୍କ ଆଇଏଲ-୯୬ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ। ଏହିଗସ୍ତ ସମୟରେ ପୁଟିନଙ୍କ ପାଇଁ ଭିନ୍ନ ଏକ କମ୍ପାର୍ଟମେଣ୍ଟରେ ରୁଷିଆନ୍ ତ୍ବୋରୋଗ,  ଆଇସ୍କ୍ରିମ୍, ମହୁ ଏବଂ ବୋତଲବନ୍ଦ ପାଣି ରହିଛି। ଭ୍ଲାଦିମିର ପୁଟିନ ଯେବେ ବି ରୁଷ ବାହାରକୁ ଯାତ୍ରା କରନ୍ତି ତାଙ୍କ ସହିତ ଏକ ସମ୍ପୂର୍ଣ୍ଣ "ସେଫ୍ ଟିମ୍" ଯାତ୍ରା କରନ୍ତି। କାରଣ ତାଙ୍କୁ ଅନ୍ୟ କୌଣସି ରୋଷେୟାଙ୍କ ହାତ ରନ୍ଧା ପସନ୍ଦ ଆସି ନଥାଏ।

Advertisment

ପୁଟିନ ଭାରତୀୟ ରୋଷେୟାଙ୍କ ରନ୍ଧା ଖାଦ୍ୟ ଖାଇବେ ନାହିଁ

ଦିଲ୍ଲୀରେ ପହଞ୍ଚିବା ପରେ ପୁଟିନ ଭାରତୀୟ ରୋଷେୟାଙ୍କ ଦ୍ୱାରା ରନ୍ଧା ଯାଇଥିବା ଖାଦ୍ୟକୁ ଖାଇବେ ନାହିଁ। ଡିସେମ୍ବର ୨୦୨୪ରେ ପୁଟିନ ଭାରତ ଗସ୍ତରେ ଆସିଥିବା ସମୟରେ ମୁମ୍ବାଇର ତାଜ୍ ହୋଟେଲର ଏକ ସମ୍ପୂର୍ଣ୍ଣ ମହଲାକୁ ରୁଷିଆନ୍ ସୁରକ୍ଷା ସଂସ୍ଥା ଏଫଏସଓ ଦ୍ୱାରା ଦଖଲ କରାଯାଇଥିଲା। ହୋଟେଲର ରୋଷେଇ ଘରୁ ସମସ୍ତ ଭାରତୀୟ ମସଲା ବାହାର କରାଯାଇଥିଲା।

ଅଧିକପଢ଼ନ୍ତୁ:ବିବାହ କରିବାକୁ ଯାଉଛନ୍ତି କି? ମ୍ୟାରେଜ୍‌ ଇନ୍‌ସୁରାନ୍ସ କରିଛନ୍ତି କି?

ଖାଇଥିଲେ କେବଳ ରୁଷିଆନ୍ ସାଲାଡ୍

୨୦୧୮ରେ ଭାରତ-ରୁଷ ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ଜଣେ ରୁଷିଆନ୍ ରୋଷେୟା ହାଇଦ୍ରାବାଦ ହାଉସର ରୋଷେଇ ଘରେ ନିଜର ଚୁଲି ସ୍ଥାପନ କରିଥିଲେ। ସେହିପରି ୨୦୧୮ ଅକ୍ଟୋବରରେ ରାଷ୍ଟ୍ରପତି ଭବନରେ ବିରିୟାନି ଏବଂ ଗାଲୌଟି କବାବ୍ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ପୁଟିନ କେବଳ ତାଙ୍କର ରୁଷିଆନ୍ ସାଲାଡ୍ ଏବଂ ଟୋଭୋରୋଗ୍ ଖାଇଥିଲେ। ପୂର୍ବତନ ଏଫଏସଓ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ୨୦୦୨ ମସିହାରୁ ଏକ "ପୋର୍ଟେବଲ୍ ଫୁଡ୍ ଲାବୋରେଟୋରୀ" ପୁଟିନଙ୍କ ବିଦେଶ ଯାତ୍ରାରେ ତାଙ୍କ ସହିତ ଅଛି। ଏହି ଲାବୋରେଟ୍ ସ୍ପେକ୍ଟ୍ରୋମିଟର ଏବଂ ରାସାୟନିକ ପରୀକ୍ଷା ସହିତ ପ୍ରତ୍ୟେକ ଖାଦ୍ୟର ଯାଞ୍ଚ କରେ। 

କୌଣସି ଦେଶ କିମ୍ବା ଏହାର ରୋଷେୟାଙ୍କୁ ବିଶ୍ୱାସ କରେ ନାହିଁ ପୁଟିନଙ୍କ ସୁରକ୍ଷାଟିମ

୨୦୨୭ ମସିହାରେ ଫ୍ରାନ୍ସର ବର୍ସାୟ  ପ୍ୟାଲେସରେ ସମାନ ଘଟଣା ଘଟିଥିଲା। ଫରାସୀ ରୋଷେୟା କ୍ରୋଇସାନ୍ ଏବଂ ଫୋଇ ଗ୍ରା ପ୍ରସ୍ତୁତ କରିଥିଲେ, କିନ୍ତୁ ପୁଟିନ କେବଳ ନିଜର ସୁରି ସୁପ୍ ଏବଂ ତ୍ବୋରୋଗ୍ ଖାଇଥିଲେ। ପୁଟିନଙ୍କ ସୁରକ୍ଷାଟିମ କୌଣସି ଦେଶ କିମ୍ବା ଏହାର ରୋଷେୟାଙ୍କୁ ବିଶ୍ୱାସ କରେ ନାହିଁ। 

ଅଧିକପଢ଼ନ୍ତୁ:ବାଂଲାଦେଶରେ ଭୂମିକମ୍ପର ଝଟକା: ଭୟରେ ଘରୁ ବାହାରି ଆସିଲେ ଲୋକେ