ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଦେଶରେ ସମସ୍ତଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟପତ୍ର

Advertisment
ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଦେଶରେ ସମସ୍ତଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟପତ୍ର

The Quint

୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି
ଝିଅମାନଙ୍କ ବିବାହ ବୟସ ବଦଳିବ
ସମସ୍ତ ଗାଁକୁ ଅପ୍‌ଟିକାଲ୍‌ ଫାଇବର ନେଟୱର୍କ

ନୂଆଦିଲ୍ଲୀ : କରୋନା ପାଇଁ ବ୍ୟାପକ କଟକଣା ମଧ୍ୟରେ ୭୪ତମ ସ୍ବାଧୀନତା ଦିବସ ଗତକାଲି ପାଳିତ ହୋଇଯାଇଛି। ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଘୋଷଣା କରିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ‘ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ’ କାର୍ଯ୍ୟ କରିବ। ଏହି ଯୋଜନାରେ ପ୍ରତି ଭାରତୀୟଙ୍କୁ ଏକ ସ୍ବାସ୍ଥ୍ୟ ପରିଚୟପତ୍ର ମିଳିବ। ଏହା ଫଳରେ ସ୍ବାସ୍ଥ୍ୟସେବା ଅଧିକ ସହଜ ହୋଇପାରିବ। ଏହି ସ୍ବା‌ସ୍ଥ୍ୟ ପରିଚୟପତ୍ରରେ ଜଣେ ରୋଗୀର ସମସ୍ତ ତଥ୍ୟ, ଡାକ୍ତର ପରାମର୍ଶ ଓ ନିଦାନ, ମେଡିକାଲ ସମ୍ପର୍କିତ ତଥ୍ୟ ରହିବ। ଏହି ମିସନ ଦେଶର ସ୍ବା‌ସ୍ଥ୍ୟସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିଭଳି କରୋନା ମହାମାରୀ ମୁକାବିଲା ପାଇଁ ଦେଶରେ ବର୍ତ୍ତମାନ ତି‌ନୋଟି ଟିକା ପ୍ରସ୍ତୁତିର ପରୀକ୍ଷଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ଟିକା ଖୁବ୍‌ ଶୀଘ୍ର ଆସିଯିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଦେଶରେ ଖୁବ୍‌ ଶୀଘ୍ର ନୂତନ ‘ସାଇବର ସୁରକ୍ଷା ନୀତି’ ଲାଗୁ କରାଯିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏକ ଟଙ୍କାରେ ୫ କୋଟି ମହିଳାଙ୍କୁ ସାନିଟାରି ନା‌ପ୍‌କିନ ଯୋଗାଇ ଦିଆଯାଇଛି। ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କେତେ ହେବ ସେଥିନେଇ ସରକାର ବିଚାରବିମର୍ଶ କରୁଛନ୍ତି ଏବଂ ଏଥିପାଇଁ ଏକ କମିଟି ଗଠନ କରାଯାଇଛି। କମିଟିର ସୁପାରିସ ଆଧାରରେ ସରକାର ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ସ୍ଥିର କରିବେ। ଉଲ୍ଲେଖଯୋଗ୍ୟ ଯେ ଝିଅମାନଙ୍କ ପାଇଁ ବିବାହ ବୟସ ଏବେ ୧୮ ବର୍ଷ ଥିବା ବେଳେ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାଯିବା ନେଇ ଚର୍ଚ୍ଚା ଚାଲିଛି।

ଆସନ୍ତ‌ା ୧୦୦୦ ଦିନରେ ଦେଶର ସମସ୍ତ ଗାଁକୁ ଅପ୍‌ଟିକାଲ୍‌ ଫାଇବର ନେଟୱର୍କ ଦ୍ବାରା ସଂଯୋଗ କରାଯିବ। ସେହିଭଳି ଯୁବ ଶକ୍ତିର ବିକାଶକୁ ଦୃଷ୍ଟିରେ ରଖି ଏନ୍‌ସିସି (ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ)ର କଳେବର ବୃଦ୍ଧି କରାଯିବ। ଦେଶର ଭିତ୍ତିଭୂମି ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପଡ଼ୋଶୀ ଦେଶମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା ନେଇ ବୈଦେଶିକ ନୀତିରେ ପରିବର୍ତ୍ତନ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବରୁ ରାଜଘାଟ ଯାଇ ସେଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe