ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲ୍‌କାତା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି।

ଏହାଛଡ଼ା ପ୍ରଧାମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।

ଏହାପରେ କ୍ଷୟକ୍ଷତିର ସବିସ୍ତାର ସର୍ବେକ୍ଷଣ ନିମନ୍ତେ ଏକ କେନ୍ଦ୍ରୀ ଟିମ୍ ଆସିବେ। ପରେ ପରେ ସବୁ ପ୍ରକାର ପୁନର୍ବସ୍ଥାନ ଏବଂ ପୁନର୍ନିମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ। ଆମେ ସମସ୍ତେ ଚାହୁଁ ପଶ୍ଚିମବଙ୍ଗ ଅଗ୍ରଗତି କରୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

publive-image Image Source: Hindustan Times

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ବସିରହାଟରେ ଅବତରଣ କରିଥିଲେ। ବସିରହାଟ କଲେଜରେ ଆୟୋଜିତ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗବାସୀଙ୍କୁ ଉଦ୍‌ବୋଧନ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଏହି ସଙ୍କଟ ସମୟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ସହାୟତା କରିବାକୁ ପ୍ରସ୍ତୁତ। ଉଭୟ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ରସରକାର ବଙ୍ଗବାସୀଙ୍କ ସହ ଅଛନ୍ତି।

ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ ଦେଇଥିଲେ ରାଜ୍ୟପାଳ ଜଗଦୀପ ଧନଖର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ସରକାରଙ୍କର ପଦସ୍ଥ ଅଧିକାରୀମାନେ।

publive-image Image Source: Hindustan Times

ରାଜ୍ୟବାସୀଙ୍କ ପ୍ରତି ଦେଇଥିବା ସଂକ୍ଷିପ୍ତ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ବାତ୍ୟା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକ ବ୍ୟକ୍ତି କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଗତବର୍ଷ ମେ ମାସରେ ଦେଶ ନିର୍ବାଚନରେ ବ୍ୟସ୍ତ ଥିବା ସମୟରେ ଓଡ଼ିଶାରେ ହୋଇଥିବା ବାତ୍ୟାଜନିତ କ୍ଷୟକ୍ଷତିର ମୁକାବିଲା କରିବାକୁ ପଡ଼ିଥିଲା। ପୁଣି ବର୍ଷେ ପରେ ଏ ବାତ୍ୟା ଆମର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରିଛି। ଏଥିଯୋଗୁଁ ପଶ୍ଚିମବଙ୍ଗବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe