ଉତ୍ତର ପ୍ରଦେଶରେ ୨୦, ୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଉତ୍ପାଦନ କରିଡର୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
ଉତ୍ତର ପ୍ରଦେଶରେ ୨୦, ୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଉତ୍ପାଦନ କରିଡର୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

Image Courtesy of ZeeNews

ଲକ୍ଷ୍ନୌ: କେନ୍ଦ୍ର ବଜେଟରେ ପ୍ରସ୍ତାବିତ ଦୁଇ ପ୍ରତିରକ୍ଷା ଶିଳ୍ପ କରିଡର୍‌ରୁ ଗୋଟିଏ ବୁନ୍ଦେଲଖଣ୍ଡରେ ନିର୍ମାଣ ହେବ। ୨୦, ୦୦୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ଏହି କରିଡର୍‌ ଉତ୍ତର ପ୍ରଦେଶର ଏହି ସବୁଠୁ ପଛୁଆ ଅଞ୍ଚଳରେ ୨. ୫ ଲକ୍ଷ ଚାକିରି ସୃଷ୍ଟି କରିବ। ବୁଧବାର ଦିନ ଏ କଥା ଉତ୍ତର ପ୍ରଦେଶ ଠାରେ ଅନୁଷ୍ଠିତ ବିନିଯୋଗକାରୀଙ୍କ ଶିଖର ବୈଠକରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବୁଧବାର ପ୍ରଥମାର୍ଦ୍ଧରେ ମୋଦି ଏହି ଦୁଇ ଦିବସୀୟ ବୃହତ୍‌ ଶିଖର ସମ୍ମିଳନୀକୁ ରାଜ୍ୟପାଳ ରାମ ନାଏକ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁ କେନ୍ଦ୍ର ଏବଂ ରାଷ୍ଟ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ। ଏଥିରେ କେତେକ ଶୀର୍ଷସ୍ତରୀୟ ଶିଳ୍ପପତି ଏବଂ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ।

ଦୁଇ ଦିବସୀୟ ଉତ୍ତର ପ୍ରଦେଶ ବିନିଯୋଗକାରୀ ଶିଖର ସମ୍ମିଳନୀକୁ ନବ ଉତ୍ତର ପ୍ରଦେଶ ଗଠନର ମୂଳଦୁଆ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦି କହିଲେ, ଆଗ୍ରା, ଆଲିଗଡ଼, ଝାନ୍‌ସୀ ଏବଂ ଚିତ୍ରକୂଟ ବେଲ୍‌ଟ୍‌କୁ ସଂଯୋଗ କରି ଏହି କରିଡର୍‌ ରାଜ୍ୟର ବିକାଶକୁ ଉନ୍ମୁକ୍ତ କରିବ।

ସେ କହିଲେ, ପ୍ରାକୃତି ସମ୍ବଳ ଏବଂ ୬୬% ଯୁବଶକ୍ତି ବିଶିଷ୍ଟ ବିଶାଳ ଜନବଳ ଥିବା ଉତ୍ତର ପ୍ରଦେଶ ଦେଶ ବିକାଶର କଳ ହୋଇ ପାରିବାର ସମ୍ଭାବନା ଅଛି। କିନ୍ତୁ, ଦୁର୍ଭାଗ୍ୟକୁ ଭୟ ଏବଂ ଅନିଶ୍ଚିତତାର ବାତାବରଣ ଯୋଗୁଁ ବିନିଯୋଗକାରୀ ଏ ରାଜ୍ୟ ପ୍ରତି ଆଗ୍ରହ ଦେଖାଉ ନ ଥିଲେ।

ଶିଖର ସମ୍ମିଳନୀରେ ବିନିଯୋଗକାରୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମଧ୍ୟରେ ୪. ୨୮ ଲକ୍ଷ କୋଟି ଟଙ୍କାର ୧, ୦୪୮ଟି ଏମ୍‌ଓୟୁ ସ୍ୱାକ୍ଷର ହୋଇ ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ସତର୍କ କରାଇ ଦେଇ କହିଲେ କି, ବିନିଯୋଗ ପ୍ରସ୍ତାବ ବାସ୍ତବରୂପ ନେଉଛି ବୋଲି ନିଶ୍ଚିତ ହେବାକୁ ତା’ର ଅଗ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ଉଚିତ।

ମୋଦି କହିଲେ ପୂର୍ବାଞ୍ଚଳ ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ େଓ୍ଵ ଦୁଇ ଅଞ୍ଚଳର ଅର୍ଥନୀତିକୁ ପରିବର୍ତ୍ତନ କରିବ। କାରଣ ଏହାଦ୍ୱାରା ଦୁଇ ଅଞ୍ଚଳର କୃଷକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe