ଲୋକସଭାରେ ରାମ ମନ୍ଦିର ଟ୍ରଷ୍ଟ୍‍ ଗଠନ କଥା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକସଭାରେ ରାମ ମନ୍ଦିର ଟ୍ରଷ୍ଟ୍‍ ଗଠନ କଥା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ୍‍ ଗଠନ କଥା ବୁଧବାର ଦିନ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି: ଅଯୋଧ୍ୟାରେ ରାମ ମନ୍ଦିରର ଉନ୍ନତିକଳ୍ପେ ଆମେ ଯୋଜନାଟିଏ ପ୍ରସ୍ତୁତ କରିଛୁ। ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଗୋଟାଏ ଟ୍ରଷ୍ଟ୍‍ ଗଠନ କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶମତେ ସୁନ୍ନି ଓ୍ଵାକଫ୍‌ ବୋର୍ଡକୁ ୫ ଏକର ଜମି ଦେବା ନିମନ୍ତେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି।

publive-image Image Source: India Today

ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦୀର୍ଘ ଦିନର ଆଇନଗତ ସଂଘର୍ଷ ଦେଇ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ ବୋଲି ସେ କହିଛନ୍ତି।

publive-image Image Source: Hindustan Times

ସେ କହିଛନ୍ତି: ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖଯୋଗ୍ୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ମୁଁ ୧୩୦ କୋଟି ଭାରତବାସୀଙ୍କୁ ଅଭିବାଦନ ଜଣାଉଛି।

ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ‘ସବ୍‌କେ ସାଥ୍‌, ସବ୍‌କେ ବିକାଶ, ସବ୍‌କା ବିଶ୍ୱାସ’ ଧାରାରେ ପରିଚାଳିତ ତାଙ୍କ ସରକାର ପ୍ରତ୍ୟକ ଭାରତୀୟଙ୍କ ମଙ୍ଗଳ ପାଇଁ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe