ଜି-୭ ସମ୍ମିଳନୀରେ ମୋଦୀ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

Advertisment
ଜି-୭ ସମ୍ମିଳନୀରେ ମୋଦୀ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ବ୍ୟାରିଟିଜ୍‌: ଫ୍ରାନ୍ସର ତଟବର୍ତ୍ତୀ ସହର ବ୍ୟାରିଟିଜ୍‌ରେ ଜି-୭ ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ବାହାରିନ୍‌ରୁ ଫ୍ରାନ୍ସ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ଜି-୭ ସମ୍ମିଳନୀରେ ଆଜି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ବିଶ୍ବର ୭ଟି ବିକଶିତ ରାଷ୍ଟ୍ରର ଏଲିଟ୍‌ କ୍ଲବ୍‌ ଜି-୭ରେ ଭାରତ ସଦସ୍ୟ ନଥିଲେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତକୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି। ଜି-୭ରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ୍‌ ଏବଂ ଆମେରିକା ଅଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ପରିବେଶ, ଜଳବାୟୁ, ସାମୁଦ୍ରିକ ସୁରକ୍ଷା ଏବଂ ଡିଜିଟାଲ ଟ୍ରାନ୍ସଫର୍ମେସନ ଉପରେ ଉଦ୍‌ବୋଧନ ଦେବେ। ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe