ଗୁଜୁରାଟରେ ବନ୍ୟା ସ୍ଥିତି: ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କୁ ସହଯୋଗର ହାତ ବଢ଼ାଇ ଆଶ୍ବାସନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଜୁରାଟରେ ବନ୍ୟା ସ୍ଥିତି: ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କୁ ସହଯୋଗର ହାତ ବଢ଼ାଇ ଆଶ୍ବାସନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

(India Today photo)

ଗାନ୍ଧୀନଗର: ପ୍ରବଳ ବର୍ଷା ହେତୁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମୋୖସୁମୀ ସକ୍ରିୟ ଥିବାବେଳେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଗୁଜୁରାଟର ନାଭସାରୀ ଏବଂ ଭାଲସାଡର ୭୦୦ ରୁ ଅଧିକ ଲୋକଙ୍କୁ ଗତକାଲି ସୁଦ୍ଧା ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଗୁଜୁରାଟରେ ବନ୍ୟା ସ୍ଥିତି ଭୟଙ୍କର ହୋଇଥିବା ବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍‌ଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହାୟତା ପାଇଁ କେନ୍ଦ୍ର ପୂର୍ଣ୍ଣ ସହଯୋଗ କରିବ ବୋଲି ସେ ଆଶ୍ବାସନା ଦେଇଛନ୍ତି।

ଓରସଙ୍ଗ ନଦୀର ଜଳ ସ୍ତର ବୃଦ୍ଧି ହେତୁ ତଳିଆ ଅଞ୍ଚଳଗୁଡିକ ଜଳବନ୍ଦୀ ହୋଇ ରହିଛି। ନାଭସାରି ଜିଲ୍ଲା ପ୍ରଶାସନ ମଧ୍ୟ କାବେରି ଏବଂ ଆମ୍ବିଗା ନଦୀଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରିଛି। ଲୋକମାନଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଗତ ୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ ଇଞ୍ଚ୍‌ର ବର୍ଷା ହୋଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାକୁ ମଧ୍ୟ ଲୋକେ ଏବେ ହସ୍ତସନ୍ତ ହେଉଛନ୍ତି। ରାଜଧାନୀ ଅହମ୍ମଦାବାଦ୍‌ରେ ରବିବାର ୩ ଘଣ୍ଟା ମଧ୍ୟରେ ୧୧୫ ଏମ୍‌ଏମ୍‌ର ବର୍ଷା ରେକର୍ଡ ‌ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe