ସଚିବଙ୍କ ବୈଠକରେ ଯୋଗଦେଲେ ମୋଦୀ, ଜିଇଁବା ମାନରେ ଉନ୍ନତି ପାଇଁ ପରାମର୍ଶ

Advertisment
ସଚିବଙ୍କ ବୈଠକରେ ଯୋଗଦେଲେ ମୋଦୀ, ଜିଇଁବା ମାନରେ ଉନ୍ନତି ପାଇଁ ପରାମର୍ଶ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସମସ୍ତ ସରକାରୀ ବିଭାଗର ସଚିବମାନଙ୍କର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ଲୋକଙ୍କ ଜିଇଁବା ମାନରେ ଉନ୍ନତି ଆଣିବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ସବୁ ମନ୍ତ୍ରାଳୟ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତାବସ୍ଥାରେ ପରିବର୍ତ୍ତନ ଏବଂ ଏକ ଉତ୍ତମ ଜୀବନ ବଞ୍ଚିବା ପାଇଁ ଲୋକଙ୍କ ଅଭିଳାଷ ରହିଥିବା ନିର୍ବାଚନ ଫଳାଫଳରୁ ସଙ୍କେତ ମିଳିଛି। ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗଦେଇଥିଲେ। କ୍ୟାବିନେଟ ସଚିବ ପି କେ ସିହ୍ନା ଏହି ‌ବୈଠକରେ ଉଦବୋଧନ ଦେଇ କହିଥିଲେ, ପ୍ରତ୍ୟେକ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଭାବଶାଳୀ ନିଷ୍ପତ୍ତି ନିଆଯିବା ଉଚିତ। ଏଗୁଡ଼ିକ ପାଇଁ ୧୦୦ ଦିନ ଭିତରେ ମଞ୍ଜୁରି ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe