ଜାପାନରେ ମୋଦୀଙ୍କ ଭାଷଣ ପରେ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ୍‌’ ସ୍ଲୋଗାନ

Advertisment
ଜାପାନରେ ମୋଦୀଙ୍କ ଭାଷଣ ପରେ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ୍‌’ ସ୍ଲୋଗାନ

Zee News

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜି-୨୦ ସମ୍ମିଳନୀରେ ଭାଷଣ ପରେ ପ୍ରବାସୀ ଭାରତୀୟ ମାନେ ସଭାଗୃହରେ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ୍‌’ ସ୍ଲୋଗାନ ଦେଇଛନ୍ତି। ଜାପାନର ଓସାକାରେ ମୋଦୀ ଭାରତୀୟ ସଂପ୍ରଦାୟଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଆପଣମାନଙ୍କର ଭଲ ପାଇବାକୁ ଧନ୍ୟବାଦ ଜଣାଉଛି।

ମୋଦୀ କହିଛନ୍ତି, ୭ ମାସ ପରେ ପୁଣି ଥରେ ଏଠାକୁ ଆସିବାର ସୌଭାଗ୍ୟ ମିଳିଛି। ଭାରତ ଓ ଜାପାନ ମଧ୍ୟରେ ଥିବା ସଂଯୋଗ ବିଷୟରେ ମୋଦୀ ଭାଷଣରେ କହିଛନ୍ତି। ଗତଥର ମୁଁ ଯେତେବେଳେ ଜାପାନ ଆସିଥିଲି, ଆପଣମାନେ ସମସ୍ତେ ଏକାଠି ହୋଇ ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କୁ ନିର୍ବାଚନରେ ବିଜୟୀ କରିଥିଲେ ଏବଂ ଏବେ ମୁଁ ଯେତେବେଳେ ଏଠାକୁ ଆସିଛି, ବିଶ୍ୱର ବୃହତ୍ତ ଗଣତନ୍ତ୍ର ‘ଭାରତ’ର ଲୋକେ ପ୍ରଧାନ ସେବକ ଭାବେ ଭଲପାଇବା ଓ ବିଶ୍ୱାସ ଜଣାଇଛନ୍ତି।

ମୋଦୀ କହିଛନ୍ତି, ୧୩୦ କୋଟି ଭାରତୀୟ ପୂର୍ବରୁ ହିଁ ଏକ ମଜବୁତ ସରକାର ଗଢ଼ିଛନ୍ତି। ତିନି ଦଶକ ପରେ ପ୍ରଥମ ଥର କ୍ରମାଗତ ଭାବେ ପୂର୍ଣ୍ଣ ବହୁମତରେ ସରକାର ଗଢାଯାଇଛି। ବର୍ଷ ୧୯୭୧ ପରେ ଦେଶକୁ ପ୍ରଥମ ଥର ପୂର୍ଣ୍ଣ ଜନମତ ସରକାର ମିଳିଛି। ଏହି ବିଜୟ ସତ୍ୟର ବିଜୟ ବୋଲି ମୋଦୀ କହିଛନ୍ତି। ଏହା ଭାରତୀୟ ଗଣତନ୍ତ୍ରର ବିଜୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe