ସିଓଲ୍: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆରେ ସିଓଲ୍ ଶାନ୍ତି ପୁରସ୍କାର ପାଇଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ସେ ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
ପୁରସ୍କାର ଗ୍ରହଣ ଭାଷଣରେ ପ୍ରଧାନମନ୍ତ୍ରୀ କହିଲେ: ମୋର ବିଶ୍ୱାସ, ଏ ପୁରସ୍କାର ମୋର ବ୍ୟକ୍ତିଗତ ପୁରସ୍କାର ନୁହେଁ, ସମଗ୍ର ଭାତରର ଲୋକମାନଙ୍କର। ଗତ ୫ ବର୍ଷରେ ଭାରତ ଯେଉଁ ସଫଳତା ହାସଲ କରିଛି ତାହା ଭାରତୀୟମାନଙ୍କର ଆକାଙ୍କ୍ଷା, ପ୍ରେରଣା ଏବଂ ଉଦ୍ୟମ ଯୋଗୁଁ। ସେମାନଙ୍କ ପକ୍ଷରୁ ମୁଁ ଏ ପୁରସ୍କାର ଗ୍ରହଣ କରି କୃତଜ୍ଞତା ଜ୍ଞାପନ କରୁଛି।
ପୁରସ୍କାର ବାବଦରେ ମିଳିଥିବା ୨୦୦୦ ଡଲାର୍ ନମାମି ଗଙ୍ଗା କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ।
ଅନ୍ତର୍ଜାତୀୟ ସହଯୋଗ, ବିଶ୍ୱସ୍ତରୀୟ ଅଭିବୃଦ୍ଧି ଏବଂ ମାନବ ବିକାଶ ନିମନ୍ତେ ତାଙ୍କର ଉତ୍ସର୍ଗୀକରଣ ଯୋଗୁଁ ମୋଦିଙ୍କୁ ସିଓଲ୍ ଶାନ୍ତି ପୁରସ୍କାର ମଳିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ବର୍ଷରେ ମୋତେ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ମୁଁ ଗୌରବାନ୍ଵିତ ମନେ କରୁଛି।
୧୯୮୮ରେ ଅନୁଷ୍ଠିତ ୨୪ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ କ୍ରୀଡ଼ାରେ ଅର୍ଜନ କରିଥିବା ସଫଳତାକୁ ପାଳନ କରିବା ନିମନ୍ତେ ସିଓଲ୍ ଶାନ୍ତି ପୁରସ୍କାର ପ୍ରତିଷ୍ଠା ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଦିନ ଖେଳ ଶେଷ ହୋଇଥିଲା।
Follow Us