ସୌରଶକ୍ତି ପ୍ରକଳ୍ପ ପାଇଁ ରିହାତି ଏବଂ ସହଜ ଆର୍ଥିକ ସହାୟତା ପାଇଁ ମୋଦିଙ୍କ ଆହ୍ଵାନ

ସୌରଶକ୍ତି ପ୍ରକଳ୍ପ ପାଇଁ ରିହାତି ଏବଂ ସହଜ ଆର୍ଥିକ ସହାୟତା ପାଇଁ ମୋଦିଙ୍କ ଆହ୍ଵାନ

Image Courtesy of HT

ନୂଆଦିଲ୍ଲୀ: ଶକ୍ତି ମିଶ୍ରଣରେ ସୌରଶକ୍ତିର ଭାଗ ବଢ଼ାଇବା ପାଇଁ ରିହାତି ଏବଂ ସହଜ ଆର୍ଥିକ ସହାୟତା ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ଵାନ ଦେବା ସହ ୨୦୨୨ ସୁଦ୍ଧା ଭାରତରେ ଅକ୍ଷୟଶକ୍ତିରୁ ୧୭୫ ଗିଗାବାଇଟ୍‌ ବିଜୁଳି ଶକ୍ତି ଉତ୍ପାଦନ କରିବାକୁ ପଣ କରିଛନ୍ତି।

ଇଣ୍ଟର୍‌ନେସ୍‌ନାଲ୍‌ ସୋଲାର୍‌ ଆଲିଆନ୍‌ସ୍‌ର ଗଠନ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୋଦି ୧୦ ସୂତ୍ରୀ ଆକ୍‌ସନ୍‌ ପ୍ଲାନ୍‌ ଉପସ୍ଥାପନ କରିଛନ୍ତି। ସୁବିଧାରେ ସୌର ବୈଷୟିକ ଜ୍ଞାନକୌଶଳ ସବୁ ଦେଶକୁ ଯୋଗାଇ ଦେବା, ଶକ୍ତି ମିଶ୍ରଣରେ ଫଟୋଭୋଲ୍‌ଟିକ୍‌ ସେଲ୍‌ରୁ ଉତ୍ପାଦିତ ବିଜୁଳିଶକ୍ତିର ଭାଗ ବଢ଼ାଇବା, ନୀତିନିୟମ ଓ ମାନକ ଗଠନ କରିବା, ବ୍ୟାଙ୍କ୍‌ ଅର୍ଥ ସହାୟତାରେ ସୋଲାର୍‌ ପ୍ରୋଜେକ୍ଟ ପାଇଁ ପରାମର୍ଶ ସହାୟତା ଏବଂ ସୁପରିଚାଳନା ପାଇଁ ନେଟ୍‌ଓ୍ଵାର୍କ ସେଣ୍ଟର୍‌ ଗଠନ କରିବା ଆଦି ବିଷୟ ଏଥିରେ ରହିଛି।

୨୦୩୦ ସୁଦ୍ଧା ଆଇଏସ୍‌ଏ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ୧୦୦୦ ଗିଗାଓ୍ଵାଟ୍‌ ସୌରଶକ୍ତି ଉତ୍ପାଦନ ସାମର୍ଥ୍ୟ ଏବଂ ଆମେରିକାରେ ୧ ଟ୍ରିଲିୟନ୍‌ ଡଲାର୍‌ ବିନିଯୋଗ କରିବା କଥା ନେଇ ମୋଦି କହିଲେ ଯେ ଏହି ପ୍ରକଳ୍ପ ପାଇଁ ରିହାତି ଅର୍ଥ ଯୋଗାଣ ଓ ସହଜ ପାଣ୍ଠି ଯୋଗାଣ ହେବା ଉଚିତ।
ସେ କହିଲେ, ଭାରତ ସୌରଶକ୍ତିରୁ ୧୦୦ ଗିଗାବାଇଟ୍‌ ସମେତ ଅକ୍ଷୟ ଶକ୍ତିରୁ ୧୭୫ ଗିଗାବାଇଟ୍‌ ଶକ୍ତି ସୃଷ୍ଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe