ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

aajtak

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ମେ ୨ରୁ ମେ ୪ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ, ଫ୍ରାନ୍ସ ଏବଂ ଡେନମାର୍କ ଗସ୍ତ କରିବେ। ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜର୍ମାନୀରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟି କଥାବାର୍ତ୍ତା ହେବା ସହ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କୁ ଭେଟିଥିଲେ। ଏହି ସମୟରେ ଦୁହେଁ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା କରିଥିବା କୁହାଯାଉଛି।

ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାଂପ୍ରତିକ ଭୌଗଗୋଳିକ ଘଟଣାଗୁଡ଼ିକ ଦର୍ଶାଇଛି ଯେ ବିଶ୍ୱର ଶାନ୍ତି ଏବଂ ସ୍ଥିରତା ଜଟିଳ ଅବସ୍ଥାରେ ଅଛି ଏବଂ ସମସ୍ତ ଦେଶ କିପରି ପରସ୍ପର ସହିତ ଜଡ଼ିତ। ଆମେ କହିଥିଲୁ ଯେ ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଆଲୋଚନା ହେଉଛି ଏକମାତ୍ର ଉପାୟ। ଆମେ ବିଶ୍ୱାସ କରୁ ଯେ ଏହି ଯୁଦ୍ଧର ଶେଷରେ କେହି ବିଜୟୀ ହେବେ ନାହିଁ।

ଅନ୍ୟ ପକ୍ଷରେ ସ୍କୋଲଜ କହିଛନ୍ତି ଯେ, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ମାଧ୍ୟମରେ ରୁଷ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତି ଉଲ୍ଲଂଘନ କରିଛି।ୟୁକ୍ରେନରେ ଯୁଦ୍ଧ ଆଳରେ ନାଗରିକଙ୍କ ଉପରେ ଋଷର ବର୍ବରୋଚିତ ଆକ୍ରମଣ ଏହା ସ୍ପଷ୍ଟ କରିଛି ଯେ ଜାତିସଂଘ ଚୁକ୍ତିନାମାରେ ଥିବା ମୌଳିକ ନୀତିଗୁଡ଼ିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ମୁଁ ଭ୍ଲାଦିମିର ପୁଟିନଙ୍କ ନିକଟରେ ମୋର ଆବେଦନର ପୁନରାବୃତ୍ତି କରୁଛି। ଏହି ମୁର୍ଖତାପୂର୍ଣ୍ଣ ଆକ୍ରମଣକୁ ସମାପ୍ତ କର, ୟୁକ୍ରେନରୁ ତୁମର ସୈନ୍ୟ ପ୍ରତ୍ୟାହାର କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe