କୃଷି ଚିଠା ଅନୁମୋଦନ ଲାଭ କରିବା କୃଷି କ୍ଷେତ୍ର ନିମନ୍ତେ ‘ଐତିହାସିକ ମୁହୂର୍ତ୍ତ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ମ‌ୋଦୀ

Advertisment
ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତାର କେତେ ଆବଶ୍ୟକତା ରହିଛି ସେ ବାବଦରେ ଆସନ୍ତାକାଲି କହିବେ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଲାଗି ଉଦ୍ଦିଷ୍ଟ ତିନୋଟି କୃଷି ଚିଠାରୁ ଦୁଇଟି ଚିଠା ଆଜି ରାଜ୍ୟସଭା ଅନୁମୋଦନ ଲାଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଟୁଇଟ୍ କରି ସେ ଲେଖିଛନ୍ତି, ଭାରତୀୟ କୃଷିରେ ଏକ ଐତିହାସିକ ମୁହୂର୍ତ୍ତ। ସଂସଦରେ ଏହି ପ୍ରମୁଖ ଚିଠା ଅନୁମୋଦିତ ହୋଇଥିବାରୁ ଆମର କଠିନ ପରିଶ୍ରମୀ କୃଷକମାନଙ୍କୁ ଅଭିନନ୍ଦନ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତରେ କୃଷି କ୍ଷେତ୍ର ବୈଷୟିକ ଏବଂ ଢାଞ୍ଚାଗତ ଉନ୍ନତି ଆବଶ୍ୟକ କରୁଛି। ଉନ୍ନତ ଉପକରଣ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲାଗି କୃଷକମାନଙ୍କ ପାଇଁ ଏହି ବିଲ୍ ମାର୍ଗ ପ୍ରସ୍ତୁତ କରିବ।

publive-image Image Courtesy of Zee News

କେତେଗୁଡ଼ିଏ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଭାରତୀୟ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ କୃଷକମାନଙ୍କର ସେବା ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ଦୃଢ଼ତର କୃଷି ଶିଳ୍ପ ନିର୍ମାଣ କରିବା କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ପରିଶ୍ରମୀ କୃଷକମାନଙ୍କୁ ସହଯୋଗ କରିବା ଲାଗି ଆମ କୃଷି କ୍ଷେତ୍ର ସଦ୍ୟତମ ବୈଷୟିକ ସୁବିଧାର ଜରୁରୀ ବଶ୍ୟକତା ରହିଛି। ଏବେ ଏହି ଚିଠା ଅନୁମୋଦିତ ହେବାରୁ ଆମ କୃଷକମାନେ ସହଜରେ ଅତ୍ୟାଧୁନିକ ବୈଷୟିକ ସୁବିଧା ହାସଲ କରିପାରିବେ। ଫଳରେ ଉତ୍ପାଦନ ବୃଦ୍ଧି ପାଇବା ସହ ଉତ୍ତମ ଅମଳ ହେବ। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।

କୃଷି ଶିଳ୍ପରୁ ମଧ୍ୟସ୍ଥର ଉଚ୍ଛେଦ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଅନେକ ଦଶନ୍ଧି ହେବ ଭାରତର କୃଷକମାନଙ୍କୁ ମଧ୍ୟସ୍ଥମାନେ ବୁଦ୍ଦୁ ବନାଇ ଆସୁଛନ୍ତି। ପାର୍ଲାମେଣ୍ଟ୍‌ର ଅନୁମୋଦିତ ହୋଇଥିବା ଚିଠା ଏଭଳି ଅସୁବିଧାରୁ କୃଷକମାନଙ୍କୁ ମୁକ୍ତି ଦେବ। ସେମାନଙ୍କର ଆୟ ଦୁଇଗଣ କରିବା ସହ ଅଧିକ ସମୃଦ୍ଧି ଆଣିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe