ଦ୍ୱିତୀୟ ଥର ପାଇଁ ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ; ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍‌ ୨୦୨୦’କୁ ଉଦ୍‌ଘାଟନ କରିବେ ନାହିଁ ମୋଦୀ

Advertisment
ଦ୍ୱିତୀୟ ଥର ପାଇଁ ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ; ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍‌ ୨୦୨୦’କୁ ଉଦ୍‌ଘାଟନ କରିବେ ନାହିଁ ମୋଦୀ

NewsX

ଗୁଆହାଟି/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଦ୍ୱତୀୟ ଥର ପାଇଁ ତାଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ଜାନୁଆରି ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍‌ ୨୦୨୦’କୁ ଉଦ୍‌ଘାଟନ କରିବା ପାଇଁ ଆସାମ ଗସ୍ତରେ ଆସିିବାର କାର୍ଯ୍ୟକ୍ରମ ରହିଥିଲା।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଖେଲୋ ଇଣ୍ଡିଆର ସିଇଓ ଅବିନାଶ ଯୋଶୀ କହିଛନ୍ତି, ‘ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲୁ। କିନ୍ତୁ, ବର୍ତ୍ତମାନ ସୁଦ୍ଧା ତାଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରକାରର ପ୍ରତ୍ୟୁତ୍ତର ମିଳିନାହିଁ। ତେବେ, ଅଣଆନୁଷ୍ଠାନିକ ଭାବେ ଆମକୁ ଜଣାଇ ଦିଆଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ପାଇଁ ଆସାମ ଆସୁ ନାହାନ୍ତି’।

publive-image New Indian Express

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଅଲ୍‌ ଆସାମ ଷ୍ଟୁଣ୍ଡେଣ୍ଟ ୟୁନିୟନ ପକ୍ଷରୁ ଆସାମର ବ୍ୟାପକ ଅଞ୍ଚଳରେ ଏବେବି ଜୋରଦାର ଆନ୍ଦୋଳନ ଅବ୍ୟାହତ ରହିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ସୁରକ୍ଷା ଦୃଷ୍ଟିକୋଣରୁ ବାତିଲ କରା ଯାଇଥିବା କୁହାଯାଉଛି। ଏହା ପୂର୍ବରୁ ଗତ ଡିସେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆସାମର ଗୁଆହାଟିରେ ଆୟୋଜିତ ହେବାକୁ ଥିବା ଭାରତ- ଜାପାନ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ମଧ୍ୟ ସୁରକ୍ଷା କାରଣରୁ ବାତିଲ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe