ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ପରିଷଦ୍‌ ବୈଠକ: ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
୨୫ରେ ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧନ କରିବେ ମୋଦୀ, କ୍ବାଡ୍ ବୈଠକରେ ଯୋଗ ଦେବେ

Image Courtesy of India Today

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନର ‘ଅଡିଟରିୟମ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ପରିଷଦ୍‌ର ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକର ଆଜେଣ୍ଡା ସଂକ୍ରାନ୍ତରେ କୌଣସି ସୁନିର୍ଦ୍ଦିଷ୍ଟ ତଥ୍ୟାବଳି ହସ୍ତଗତ ହୋଇ ନ ଥିଲେ ମଧ୍ୟ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ବିଭିନ୍ନ ନୀତି ଓ ଯୋଜନା ଉପରେ ଏଥିରେ ଆଲୋଚନା ହେବାର ଅଛି।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସରକାରୀ ଯୋଜନାଗୁଡ଼ିକୁ ସର୍ବସାଧାରଣରେ ପ୍ରକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇ ପାରନ୍ତି। ସେହିପରି, କନିଷ୍ଠମନ୍ତ୍ରୀମାନଙ୍କୁ ଯୋଜନା ପ୍ରସ୍ତୁତି ଏବଂ ମନ୍ତ୍ରୀସ୍ତରୀୟ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ କହିପାରନ୍ତି।

publive-image Image Courtesy of News18

ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବୈଠକ ନିମନ୍ତେ ମନ୍ତ୍ରୀମାନଙ୍କୁ କୌଣସି ଔପଚାରିକ ଆଜେଣ୍ଡା ଦିଆଯାଇ ନାହିଁ। ଏଥିରେ ସରକାରଙ୍କ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଉଦ୍ୟମ ଏବଂ ସେପ୍ଟେମ୍ବର ୧୭ରେ ପଡୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ‘ବିଜେପି’ ଯୋଜନା କରିଥିବା ବହୁସଂଖ୍ୟକ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା ହୋଇପାରେ।

ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ପ୍ରସ୍ତାବନା ଉପସ୍ଥାପନ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe