ଚପଷ୍ଟିକ୍‌ରେ ଖାଇବା ଶିଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

Advertisment
ଚପଷ୍ଟିକ୍‌ରେ ଖାଇବା ଶିଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

ଟୋକିଓ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓଠାରେ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ବି ସାକ୍ଷାତ କରିବାର ସୁଯୋଗ ପାଇଛନ୍ତି। ଏହା ହେଉଛି ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ସାକ୍ଷାତ।୨୦୧୪ରେ ପ୍ରଥମଥର ଲାଗି ନରେନ୍ଦ୍ର ମୋଦି ଓ ସିଂଜୋ ଆବେଙ୍କର ଭେଟ ହୋଇଥିଲା।
ପୂର୍ବରୁ ଯେତେଥର ଏ ଦୁଇ ପ୍ରଧାନମନ୍ତ୍ରୀଙ୍କର ସାକ୍ଷାତ ହୋଇଛି, ସେ ଦୁହେଁ ସାଙ୍ଗ ହୋଇ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ଏକାଠି କରିଛନ୍ତି। କିନ୍ତୁ ଏଥର ସେମାନଙ୍କ ଖାଇବା ଅଲଗା ଶୈଳର ଥିଲା। ଏଥର ଜାପାନୀ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚପ୍‌ଷ୍ଟିକ୍‌ରେ କିପରି ଖାଇବାକୁ ହୁଏ, ତାହା ଶିଖାଇଥିଲେ।
ଆବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ଭରସାଯୋଗ୍ୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଖାଲିସେତିକି ନୁହେଁ ସେ ନରେନ୍ଦ୍ର ମୋଦିଙ୍କୁ ଜାପାନର ୟାମାନାସୀର ନାରସାବା ଗାଆଁରେ ଥିବା ନିଜର ହଲିଡେ ହୋମ୍‌ରେ ମଧ୍ୟ ଆତିଥ୍ୟ ପ୍ରଦାନ କରିଥିଲେ।

publive-image
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରିଥିଲେ। ନିଜ ଘରେ ସିଂଜୋ ଯେଉଁଭଳି ସ୍ୱାଗତ କରିଛନ୍ତିି,ସେଥିପାଇଁ ମୁଁ କୃତଜ୍ଞ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସିଂଜୋ ତାଙ୍କୁ ଚପ୍‌ଷ୍ଟିକ୍‌ସରେ ଖାଇବା ଶିଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe