ବିଜେପି ନେତା ଗୁଲାମ ମହମ୍ମଦ ମିର୍‌ଙ୍କ ହତ୍ୟାକାଣ୍ଡକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
୬ରେ ଆସିବେ ମୋଦୀ

digitallearning.eletsonline.com

ନୂଆଦିଲ୍ଳୀ: ରବିବାର ଜମ୍ମୁ-କଶ୍ମୀରର ବିଜେପି ନେତା ଗୁଲାମ ମହମ୍ମଦ ମିର୍‌ଙ୍କ ହତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ନିନ୍ଦା କରିଛନ୍ତି। ଏହା ସହ ସେ ମିର୍‌ଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ନିଜ ମତ ରଖି କହିଛନ୍ତି, ‘ଜମ୍ମୁ-କଶ୍ମୀରର ବିଜେପି ନେତା ଗୁଲାମ ମହମ୍ମଦ ମିର୍‌ଙ୍କ ହତ୍ୟାକୁ ମୁଁ ତୀବ୍ର ନିନ୍ଦା କରୁଛି। ଦଳ ପ୍ରତି ତାଙ୍କର ଅବଦାନ ସବୁବେଳେ ମନେ ରହିବ। ଏପରି ହିଂସାର ଆମ ଦେଶରେ କୌଣସି ସ୍ଥାନ ନାହିଁ। ତାଙ୍କର ପରିବାର ବର୍ଗ ଏବଂ ଶୁଭେଚ୍ଛୁଙ୍କୁ ସମବେଦନା।’

କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି, ଆହୁରି ଅନେକ ନେତା ମଧ୍ୟ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ନେସ୍‌ନାଲ୍‌ କନ୍‌ଫରେନସ ନେତା ଓମାର ଅବ୍‌ଦୁଲା, ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି, ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି ଗୁଲାମ ଅହମ୍ମଦ ମିର୍‌ ମଧ୍ୟ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି।

ସୂଚନା ମୁତାବକ, ଗୁଲାମ ମହମ୍ମଦ ମିର୍‌ଙ୍କୁ ଆକ୍ରମଣ ପରେ ତତ୍‌କ୍ଷଣାତ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe