ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କଲେ ମୋଦୀ

ବୁଧବାର ସକାଳେ ପ୍ରୟାଗରାଜର ମହାକୁମ୍ଭରେ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣକୁ ନେଇ ନିଜର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏହାକୁ "ଅତ୍ୟନ୍ତ ଦୁଃଖଦ" ଘଟଣା ବୋଲି କହିଛନ୍ତି

modi

ପ୍ରୟ‌ାଗରାଜ: ବୁଧବାର ସକାଳେ ପ୍ରୟାଗରାଜର ମହାକୁମ୍ଭରେ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।  ମୌନୀ ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ହଜାର ହଜାର ଭକ୍ତ ତ୍ରିବେଣୀ ସଂଗମରେ ପ୍ରବେଶ କରିବା ସମୟରେ ଏହି ଅଘଟଣ ଘଟିଥିଲା।

ମୃତକଙ୍କ ବ୍ୟତୀତ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ପରିବାର ଅଲଗା ହୋଇଯାଇଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ ଗଣମାଧ୍ୟମରେ କହିଛନ୍ତି।

ଏହି ଅଘଟଣକୁ ନେଇ ନିଜର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏହାକୁ "ଅତ୍ୟନ୍ତ ଦୁଃଖଦ" ଘଟଣା ବୋଲି କହିଛନ୍ତି ଏବଂ ନିଜର ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।

"ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏଥିରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ, ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ପ୍ରକାରେ ସାହାଯ୍ୟ କରିବାରେ ନିୟୋଜିତ ଅଛି," ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କିଛି ଭକ୍ତ ବ୍ୟାରିକେଡ୍ ଡେଇଁ ପଡ଼ିଥିଲେ ଏବଂ ଏଥିଯୋଗୁଁ ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିଲେ ଏବଂ ଦଳାଚକଟା ହୋଇଥିଲା। ସେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ମହାକୁମ୍ଭ ବିଷୟରେ ଗୁଜବ ପ୍ରଚାର ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe