ନିର୍ବାଚନ ବିଜୟୀ କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନିର୍ବାଚନ ବିଜୟୀ କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ନୂଆଦିଲ୍ଲୀ/ଟରଣ୍ଟୋ: ନିର୍ବାଚନରେ ବିଜୟୀ ହୋଇଥିବାରୁ କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ-କାନାଡା ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ଆଶା କରୁଥିବା କଥା ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନିର୍ବାଚନରେ ବିଜୟଲାଭ କରିଥିବାରୁ ଆପଣଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ! ଭାରତ-କାନଡା ସମ୍ପର୍କକୁ ଆହୁରି ନିବିଡ଼ ତଥା ବୈଶ୍ବିକ ଓ ବହୁପାକ୍ଷିକ ସମସ୍ୟାରେ ଆମର ସହଯୋଗ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ମୁଁ ଆଶା କରୁଛି।

publive-image Jagmeet Singh Image Courtesy of NDTV

ଏହାକୁ ମିଶାଇ କ୍ୟୁବେକ୍ର ପାପିନ୍ୟୁ ନିର୍ବାଚନ ମଣ୍ଡଳୀରୁ ଜୟଯୁକ୍ତ ହୋଇଥିବା ‘ଲିବେରାଲ୍‌ ପାର୍ଟି’ର ୪୯ ବର୍ଷିୟ ଜଷ୍ଟିନ୍‌ ଟ୍ରୁଡ୍ୟୁ ୬ ବର୍ଷରୁ କମ୍‌ ସମୟ ମଧ୍ୟରେ ତୃତୀୟ ଥର ଲାଗି କାନଡାର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହୋଇଛନ୍ତି। ଏଥିରେ ‘ଲିବେରାଲ୍‌ପାର୍ଟି’ ସମୁଦାୟ ୧୮୪ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି।

ସୂଚନାଯୋଗ୍ୟ, ଏହି କାନଡୀୟ ସଂସଦୀୟ ନିର୍ବାଚନରେ ‘ଏନ୍‌ଡିପି’ର ନେତା ଜଗମୀତ୍‌ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ହରଜୀତ୍‌ ସାଜ୍ଜନ୍‌ଙ୍କ ସମେତ ୧୭ଜଣ ଭାରତୀୟ ବଂଶୋଦ୍ଭବ କାନଡୀୟ ବିଜୟୀ ହୋଇଛନ୍ତି।

କାନଡାରେ କରୋନାଭାଇରସ୍‌ ମହାମାରୀର ଚତୁର୍ଥ ଲହର ଚାଲିଥିବା ବେଳେ ଅନୁ‌ଷ୍ଠିତ ‌ଏହି ନିର୍ବାଚନ ଥିଲା ଦେଶର ଇତିହାସରେ ସବୁଠୁ ବ୍ୟୟବହୁଳ ନିର୍ବାଚନ। ଏଥିରେ ପ୍ରାୟ ୬୦୦ ନିୟୁତ କାନଡୀୟ ଡଲାର୍‌ ବ୍ୟୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe