ନୂଆଦିଲ୍ଲୀ: ଫ୍ରାନ୍ସ୍ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଫ୍ରାନ୍ସ୍ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ବନ୍ଧୁ ଇମ୍ମାନୁଏଲ୍ ମାକ୍ରୋନ୍। ଭାରତ-ଫ୍ରାନ୍ସ୍ ସାମରିକ ଭାଗିଦାରିତା ସୁଦୃଢ଼ କରିବା ଲାଗି ଏକତ୍ର କାର୍ଯ୍ୟ ଚାଲୁ ରଖିବା ପାଇଁ ଆଶା କରୁଛି।
Image Courtesy of India Todayରବିବାର ଦିନ ରାଷ୍ଟ୍ରପତୀୟ ନିର୍ବାଚନରେ ଇମ୍ମାନୁଏଲ୍ ମାକ୍ରୋନ୍ ତାଙ୍କର ପ୍ରତିଦ୍ବନ୍ଦ୍ବୀ ମେରାଇନ୍ ଲି ପେନ୍ଙ୍କୁ ଅନାୟସରେ ପରାସ୍ତ କରି ପୁନଃ ନିର୍ବାଚିତ ହୋଇଥିଲେ। ଗଣନା ହୋଇଥିବା ୯୭% ଭୋଟ୍ରୁ ମାକ୍ରୋନ୍ ୫୭.୪% ଭୋଟ୍ ପାଇଥିବା ଗୃହ ମନ୍ତ୍ରାଳୟ ଜାରି କରିଥିବା ସୂଚନାରୁ ଜଣାପଡ଼ିଛି।
Image Courtesy of NDTVବିଶ୍ବର ଅନ୍ୟାନ୍ୟ ନେତାମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ମାକ୍ରୋନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ‘ୟୁରୋପିଆନ୍ କାଉନ୍ସିଲ୍ ପ୍ରେସିଡେଣ୍ଟ୍ ଚାର୍ଲସ୍ ମାଇକେଲ୍ ଲେଖିଛନ୍ତି, ଏଭଳି ଅଶାନ୍ତ ସମୟରେ ଆମେ ସୁଦୃଢ଼ ୟୁରୋପ ଏବଂ ଅଧିକ ସାର୍ବଭୌମ ଏବଂ ଅଧିକ ରଣନୈତିକ ୟୁରୋପୀୟ ସଂଘ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିବା ଫ୍ରାନ୍ସ୍ ଆବଶ୍ୟକ କରୁଛୁ।
ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଗତରାତିରେ ଟୁଇଟ୍ କରି ଲେଖିଛନ୍ତି, ନିର୍ବାଚନୀ ବିଜୟ ଲାଗି ରାଷ୍ଟ୍ରପତି ତଥା ସଚ୍ଚା ଦୋସ୍ତ୍ ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଅଭିନନ୍ଦନ।
ମାକ୍ରୋନ୍ଙ୍କ ଠାରୁ ପରାସ୍ତ ହୋଇଥିବା ଫ୍ରାନ୍ସ୍ର ଚରମ ଦକ୍ଷିଣପନ୍ଥୀ ନେତ୍ରୀ ମେରାଇନ୍ ଲି ପେନ୍ ମଧ୍ୟ ମାକ୍ରୋନ୍ଙ୍କ ବିଜୟକୁ ଚମତ୍କାର ବିଜୟ କହି ପ୍ରଶଂସା କରିଛନ୍ତି।
ତେଣେ, ପୁନଃ ନିର୍ବାଚିତ ହୋଇଥିବା ମାକ୍ରୋନ୍ଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କେତେକ ଯୁବ ପ୍ରତିବାଦକାରୀଙ୍କ ଉପରକୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏହାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।
Follow Us