ଚାକିରି ଯିବା  ପରେ ମୋଦୀଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା  ଗିରଫ ଅଭିଯୁକ୍ତର ବୟସ ୩୬ ବର୍ଷ ଥିବା ବେଳେ ନାମ ତାର ମହମ୍ମଦ ବାଗ ମିର୍ଜା ବୋଲି ଜଣାପଡ଼ିଛି । ମହମ୍ମଦ ଅଜମେରର ଏକ ଘରୋଇ କମ୍ପାନିରେ କାମ କରୁଥିଲା। 

ଅଦ୍ୟତନ ହୋଇଛି
ପି


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି। ମୁମ୍ବାଇର ୱର୍ଲି ପୁଲିସ ଅଭିଯୁକ୍ତକୁ ରାଜସ୍ଥାନର ଅଜମେରରୁ ଗିରଫ କରିଛି। 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା  ଗିରଫ ଅଭିଯୁକ୍ତର ବୟସ ୩୬ ବର୍ଷ ଥିବା ବେଳେ ନାମ ତାର ମହମ୍ମଦ ବାଗ ମିର୍ଜା ବୋଲି ଜଣାପଡ଼ିଛି । ମହମ୍ମଦ ଅଜମେରର ଏକ ଘରୋଇ କମ୍ପାନିରେ କାମ କରୁଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ମହମ୍ମଦ ବାଗ ମିର୍ଜା  ଗତ ଶନିବାର ଦିନ ଅତ୍ୟଧିକ ମଦ୍ୟପାନ କରି କାମ କରିବାକୁ କମ୍ପାନିକୁ ଯାଇଥିଲା।  ମହମ୍ମଦର ଅବସ୍ଥା ଦେଖି କମ୍ପାନି ମାଲିକ ତାକୁ କାମ କରିବାକୁ ମନା କରି ଘରକୁ ପଠାଇ ଦେଇଥିଲେ। ଏହି ଘଟଣାରେ ଅଭିଯୁକ୍ତ କ୍ରୋଧିତ ହେବା ସହିତ ନିଶାସକ୍ତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନ ପ୍ରତି ବିପଦ ଥିବା ଏକ ବାର୍ତ୍ତା ଟାଇପ୍ କରି ମୁମ୍ବାଇର ଟ୍ରାଫିକ୍ ପୁଲିସ କଣ୍ଟ୍ରୋଲ୍ ନମ୍ବରକୁ ପଠାଇ ଦେଇଥିଲା।

ଗତ ଶନିବାର ଅପରାହ୍ନ ୨ଟା ସମୟରେ ମୁମ୍ବାଇ ପୁଲିସ ଟ୍ରାଫିକ କଣ୍ଟ୍ରୋଲ ରୁମର ମୋବାଇଲ ନମ୍ବରକୁ ମହମ୍ମଦ ବାଗ ମିର୍ଜା ପଠାଇଥିବା ବାର୍ତ୍ତା ଆସିଥିଲା। ଏହି ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡଯନ୍ତ୍ର ଠାରୁ ଆରମ୍ଭ କରି ମୁମ୍ବାଇ ଓ ଧାନବାଡରେ ବୋମା ବିସ୍ଫୋରଣ ପାଇଁ ଯୋଜନା ଏବଂ ଭାରତୀୟ ସେନାକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଉଲ୍ଳେଖ ଥିଲା।

 ଏହି ଯୋଜନାରେ ପ୍ରିନ୍ସ ଖାନ ଏବଂ ଇରଫାନ ରଜାଦିଆ ନାମକ ଦୁଇ ଜଣ ସାମିଲ ଥିବା ମହମ୍ମଦ ପଠାଇଥିବା ବାର୍ତ୍ତାରେ ଦାବି କରିଛି। କେବଳ ଏତିକି ନୁହେଁ  ଏଥିରେ ଇରଫାନ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ଲିଙ୍କ୍ ହୋଇଥିବା ଏକ ମୋବାଇଲ୍ ନମ୍ବର ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe