ଆମେରିକାରେ ପହଞ୍ଚି ବିଶ୍ବର ସବୁଠୁ ବ୍ୟୟବହୁଳ ହୋଟେଲରେ ରହିବେ ମୋଦୀ

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଫ୍ରାନ୍ସ ଗସ୍ତ ସାରି ସ୍ବତନ୍ତ୍ର ବିମାନରେ ୱାସିଂଟନଡିସିରେ ପହଞ୍ଚିଥିଲେ ମୋଦୀ। ଦୁଇ ଦିନିଆ ଗସ୍ତରେ ଥିବା ମୋଦୀଙ୍କୁ  ଭବ୍ୟ ସ୍ବାଗତ କରାଯାଇଛି। ଆମେରିକାରେ ରହୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି।

 India Today

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଫ୍ରାନ୍ସ ଗସ୍ତ ସାରି ସ୍ବତନ୍ତ୍ର ବିମାନରେ ୱାସିଂଟନଡିସିରେ ପହଞ୍ଚିଥିଲେ ମୋଦୀ। ଦୁଇ ଦିନିଆ ଗସ୍ତରେ ଥିବା ମୋଦୀଙ୍କୁ  ଭବ୍ୟ ସ୍ବାଗତ କରାଯାଇଛି। ଆମେରିକାରେ ରହୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଯାହାର ଫଟୋ ନିଜେ ସୋସିଆଲ ମିଡିଆରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ।

ଭାରତ-ଆମେରିକା ଭାଗଦାରୀ ନେଇ ଅଧିକ ଆଶାବାଦୀ ଥିବା କହିଚନ୍ତି ପିଏମ।  ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି। ଟ୍ରମ୍ପଙ୍କ ଦ୍ବିତୀୟ ପାଳିର ମୋଦୀଙ୍କ ସହ ଏହା ପ୍ରଥମ ବୈଠକ। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଟ୍ରମ୍ପ ଦ୍ବିତିୟ ରାଷ୍ଟ୍ର ଭାବେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ।  ସହ ଶକ୍ତି, ପ୍ରତିରକ୍ଷା, ସୁରକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ସହଭାଗିତା ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ।

ଆଜି ମୋଦୀ ହ୍ବାଇଟ ହାଉସ ପାଖରେ ଥିବା ବ୍ଲାୟାର ହାଉସରେ ରହିବେ। ଏହାକୁ ବିଶ୍ବର ସବୁଠୁ ବ୍ୟୟବହୁଳ ହୋଟେଲ ବୋଲି କୁହାଯାଏ। ସବୁଠୁ ବଡ଼ କଥା ହେଉଛି ବେଆଇନ ପ୍ରବେଶ ନେଇ ୧୦୪ ଭାରତୀୟଙ୍କୁ ହାତକଡି ପିନ୍ଧାଇ ଆମେରିକା ପଠାଇବା ପରେ ମୋଦୀଙ୍କ ସହ ଟ୍ରମ୍ପଙ୍କ ଭେଟଘାଟ ରହିଛି। ଆହୁରି ୪୦୦ରୁ ଅଧିକ ଅନୁପ୍ରବେଶକରୀଙ୍କୁ ଆମେରିକା ଭାରତ ପଠାଇବାକୁ ଯୋଜନା କରୁଛି। ଏହା ଉପରେ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ନଜର ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe