ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସମସ୍ତ ସରାକରୀ ବିଭାଗର ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିଏମ୍ଓ ପକ୍ଷରୁ ସୂଚନା ମିଳିଛି।
ବେରୋଜଗାରୀ ପ୍ରସଂଗକୁ ନେଇ ବାରମ୍ବାର ବିରୋଧୀଙ୍କ ସମାଲୋଚନା ପରେ ମୋଦୀ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ କ୍ଷେତ୍ରରେ ନିଯୁକ୍ତି ନିଷ୍ପତ୍ତି ନେଇଛନ୍ତି। ପିଏମ୍ଓ ପକ୍ଷରୁ କରାଯାଇଥିବା ଟ୍ବିଟ୍ରେ ଲେଖାଯାଇଛି, ‘ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସରକାରୀ ବିଭାଗ ଓ ମନ୍ତ୍ରାଳୟରେ ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିଛନ୍ତି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଏକ ମିସନ୍ ଭାବେ ଗ୍ରହଣ କରି ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ।’
Follow Us