ବିଜୟଙ୍କ ରାଲିରେ ଦଳାଚକଟା ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment
New Project (10)

ଚେନ୍ନାଇ: ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ ହୋଇଛି । ରାଜନୈତିକ ରାଲିରେ ଏପରି ଅଘଟଣରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ରାଜନେତା ଠାରୁ ସିନେ ଅଭିନେତା ଘଟଣାରେ ମର୍ମାହତ ଥିବା ପ୍ରକାଶ କରିଛନ୍ତି । ତେବେ ତାମିଲନାଡୁର କରୁର ଟ୍ରାଜେଡିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜନୈତିକ ରାଲିରେ ଏମିତି ଘଟଣା ଅତ୍ୟନ୍ତ ଦୁଃଖଦ। ମୋର ସମବେଦନା ସେହି ପରିବାର ସହିତ ଅଛି ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ଏହି କଷ୍ଟକର ସମୟରେ ସେମାନଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ଏତିକି କାମନା କରୁଛି। ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି ।

New Project (9)

ସେହିପରି ଦଳଚକଟା ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି- କରୁରରୁ ଆସିଥିବା ଖବର ଚିନ୍ତାଜନକ । ଭିଡ଼ ଯୋଗୁଁ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଧାରଣ ନାଗରିକମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଁ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଫୋନ୍ କରିଛି। ପରିସ୍ଥିତିକୁ ଯଥାଶୀଘ୍ର ସୁଧାରିବା ପାଇଁ ପଦକ୍ଷେପ ନେବାକୁ ମୁଁ ସେଠାକାର ADGPଙ୍କ ସହ ମଧ୍ୟ କଥା ହୋଇଛି। ମୁଁ ଲୋକଙ୍କୁ ଡାକ୍ତର ଏବଂ ପୋଲିସ ସହିତ ସହଯୋଗ କରିବାକୁ ଅନୁରୋଧ କରୁଛି।

ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତାମିଲନାଡ଼ୁ ରାଜ୍ୟପାଳ, ଜେ.ପି ନଡ୍ଡା ଏବଂ ଅଭିନେତା କମଲ ହାସନ । ତେବେ ବିଜୟଙ୍କ ରାଲିରେ ଦଳଚକଟା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଇତିମଧ୍ୟରେ ମିଳିଥିବା ଖବର ଅନୁସାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ଭିଡ଼ରୁ ଦଳଚକଟା ଘଟଣାରେ ୩୧ ଜଣଙ୍କ ଜୀବନ ଯାଇଛି । ଅଭିନେତାରୁ ନେତା ସାଜିଥିବା ବିଜୟ ଥାଲାପତିଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିବା ବେଳେ ବିଜୟ ଭାଷଣ ଦେବା ବେଳେ ଭୟଙ୍କର ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିଲା ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । 

ଅଘଟଣ ପରେ ତାମିଲନାଡୁର କରୁରରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପାଖ ଜିଲ୍ଲାରୁ ଡାକ୍ତରଙ୍କୁ ଅଣାଯାଇ ମେଡିକାଲରେ ଚିକିତ୍ସା କାମରେ ନିୟୋଜିତ କରାଯାଇଛି । ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଆଜି ଘଟିଛି ବଡ଼ ଦୁର୍ଘଟଣା । ନିର୍ବାଚନ ରାଲିରେ ଦଳାଚକଟା ହୋଇଛି । ୩୧ ଜଣଙ୍କ ମୃତ୍ୟୁ ସହ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭିଡ଼ ଏତେ ଅଧିକ ଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପିଲା ଏବଂ ଦଳୀୟ କର୍ମୀଙ୍କ ସମେତ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ବିଜୟ ପରିସ୍ଥିତି ଦେଖି ତୁରନ୍ତ ତାଙ୍କ ଭାଷଣ ବନ୍ଦ କରି ଦେଇଥିଲେ ।  ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe