ଅପରେସନ ସିନ୍ଦୂର ପରେ ଆସିଲା ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

Advertisment

ଅପରେସନ ସିନ୍ଦୂର ପରେ ଆସିଲା ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା। କହିଲେ, ‘ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ଦିନ।" ଭାରତ ସିନ୍ଦୂର ମାଧ୍ୟମରେ ପହଲଗାମ ସମେତ ଅନେକ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଦେଶ-ବିଦେଶ।latest

ଅପରେସନ ସିନ୍ଦୂର ପରେ ଆସିଲା ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା। କହିଲେ, ‘ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ଦିନ।" ଭାରତ ସିନ୍ଦୂର ମାଧ୍ୟମରେ ପହଲଗାମ ସମେତ ଅନେକ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଦେଶ-ବିଦେଶ।latest

ପନଦସୗ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଅପରେସନ ସିନ୍ଦୂର ପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ସିସିଏସ ବୈଠକରେ ଯୋଗ ଦେଇଥିଲେ। 

ଏହାପରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। 

ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପହଲଗାମ ସମେତ ଅନେକ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେନା ମଇ ୬ ଏବଂ ୭ ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ଧ୍ୱଂସ କରିଥିଲା। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେନାର କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରକୁ ନେଇ କହିଛନ୍ତି, "ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ଦିନ।"

ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ମାସୁଦ ଆଝାର ଗୁରୁତର କ୍ଷତି ପାଇଛି। ତାର ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି। ମାସୁଦର ଚାରି ଜଣ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଖବର ଅଛି। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଘରି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe