ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ମହିଳାମାନଙ୍କ କୃତିତ୍ୱରେ ଭାରତ ଗୌରବାନ୍ଵିତ।
ଦେଶବ୍ୟାପୀ ବ୍ୟାପକ କ୍ଷେତ୍ରରେ ମହିଳା ସଶକ୍ତିକରଣର ଅଗ୍ରଗତି ନିମନ୍ତେ କାର୍ଯ୍ୟକରି ତାଙ୍କ ସରକାର ସମ୍ମାନିତ ବୋଲି ସେ କହିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମର ଦୁର୍ବାର ନାରୀଶକ୍ତିକୁ ଅଭିବାଦନ! ନାରୀମାନଙ୍କର ଅନେକ କୃତିତ୍ୱ ପାଇଁ ଭାରତ ଗୌରବାନ୍ଵିତ। ଦେଶବ୍ୟାପୀ ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣର ଅଗ୍ରଗତି ନିମନ୍ତେ କାର୍ଯ୍ୟ କରିବା ଲାଗି ସୁଯୋଗ ପାଇ ଆମ ସରକାର ସମ୍ମାନିତ।
Image Courtesy of NDTVମାଗଣା ରନ୍ଧନ ଗ୍ୟାସ୍ ସିଲିଣ୍ଡର୍, ବ୍ୟାଙ୍କ୍ରେ ଜମାଖାତା ଖୋଲିବା, ଶୌଚାଳୟ ନିର୍ମାଣ କରିବା ଭଳି ତାଙ୍କ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଗୁରୁତ୍ୱାରୋପ କରିଆସୁଛନ୍ତି। ସେ କହନ୍ତି, ଏହି ସବୁ ଯୋଜନାର ମୂଳତତ୍ତ୍ୱ ହେଉଛି ମହିଳା ସଶକ୍ତିକରଣ।
Follow Us