ଇସ୍ରୋକୁ ପ୍ରଶଂସା କଲେ ମୋଦି

ଇସ୍ରୋକୁ ପ୍ରଶଂସା କଲେ ମୋଦି

Image Courtesy of HT

ନୂଆଦିଲ୍ଲୀ: ପିଏସ୍‌ଏଲ୍‌ଭି ସି-ଫଟିର ସଫଳ ଉତ୍‌କ୍ଷେପଣ ପାଇଁ ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏଜେନ୍‌ସିର କୃତ୍ୱିତ୍ୱ ଏବଂ ମହାକାଶ ଅଭିଯାନରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ପ୍ରମାଣ।
ଆଜି ଆନ୍ଧ୍ରପ୍ରଦେଶସ୍ଥିତ ଶ୍ରୀହରିକୋଟାରୁ ଇସ୍ରୋ ସଫଳତାର ସହ ପାଣିପାଗ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ କାର୍ଟୋସାଟ୍‌ ଟୁ ସିରିଜ୍‌ ଏବଂ ୨୯ଟି ଅନ୍ୟ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି।


ହାର୍ଦ୍ଦିକ ଅଭିନନ୍ଦ ଜଣାଇ ମୋଦି କହିଛନ୍ତି ଏହି ସଫଳତା ସ୍ପେସ୍‌ ଟେକ୍ନୋଲଜି, କୃଷକ ଏବଂ ମତ୍ସ୍ୟଜୀବୀମାନଙ୍କୁ ସହାୟକ ହେବ।
ସେ ଆହୁରି ଟୁଇଟ୍‌ କରି କହିଛନ୍ତି ଯେ, ୩୧ଟି କୃତ୍ରିମ ଉପଗ୍ରହରୁ ୨୮ଟି ହେଉଛି ଅନ୍ୟାନ୍ୟ ୬ଟି ଦେଶର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe