ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

Image Source: India Today

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ଥାଇଲାଣ୍ଡ୍‌ ଗସ୍ତରେ ଯାଉଛନ୍ତି। ବାଣିଜ୍ୟ, ସାମୁଦ୍ରିକ ନିରାପତ୍ତା ଏବଂ ଯୋଗାଯୋଗ ଆଦି ପ୍ରମୁଖ କ୍ଷେତ୍ରରେ ଆଞ୍ଚଳିକ ସହଯୋଗ ଦୃଢ଼ କରିବା ପାଇଁ ସେଠାରେ ସେ ଆସିଆନ୍‌-ଇଣ୍ଡିଆ, ଇଷ୍ଟ୍‍ ଏସିଆ ଆଣ୍ଡ୍‌ ରିଜିଓନାଲ୍‌ କମ୍ପ୍ରେହେନ୍‌ସିଭ୍‌ ଇକୋନମିକ୍‌ ପାର୍ଟନର୍‌ସିପ୍‌ (ଆର୍‌ସିପି) ଶିଖର ସମ୍ମିଳନୀରେ ଯୋଗ ଦେବେ।

ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଅଭିଭାଷଣ ଦେବେ ଏବଂ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଏହାଛଡ଼ା ସେ ତାମିଲ୍‌ କ୍ଲାସିକ୍‌ ପୁସ୍ତକ ‘ତିରୁକ୍କୁରଲ’ର ଥାଇ ଅନୁବାଦ ରିଲିଜ୍‌ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

publive-image

ନଭେମ୍ବର ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ଥାଇ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ୍‌-ଓ-ଚାଙ୍କ ସହ ମିଳିତ ଭାବେ ୧୬ତମ ଆସିଆନ୍‌-ଇଣ୍ଡିଆ ଶିଖରରେ ଅଧ୍ୟକ୍ଷତା କରିବେ।

ତହିଁ ଆର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଶିଖରରେ ଯୋଗ ଦେଇଥିବା ପୂର୍ବ ଏସୀୟ ଦେଶଗୁଡ଼ିକର ନେତାମାନଙ୍କ ଅଭ୍ୟର୍ଥନାର୍ଥେ ଥାଇ ପ୍ରଧାନମନ୍ତ୍ରୀ ଆୟୋଜନ କରୁଥିବା ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ।

ପରେ ସେଦିନ ପ୍ରଧାନମନ୍ତ୍ରୀ ୧୪ତମ ଇଷ୍ଟ୍‍ ଏସିଆ ସମିଟ୍‌ରେ ଯୋଗ ଦେବେ। ଏହାପରେ ପ୍ରଧାନମନ୍ତ୍ରୀ ଆର୍‌ସିଇପି ଶିଖରରେ ଅଂଶଗ୍ରହଣ କରିବେ। ସେଦିନ ସନ୍ଧ୍ୟା ଅର୍ଥାତ୍‌ ନଭେମ୍ବର ୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe