PM’s helicopter Landing: କୋଲକାତାରେ ଘନ କୁହୁଡ଼ି ପାଇଁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର

Advertisment

ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର। ଖରାପ ପାଗ ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିନଥିବା ଜଣାପଡ଼ିଛି। ଘନ କୁହୁଡ଼ି ପାଇଁ ଏଭଳି ହୋଇଥିବା କୁହାଯାଉଛି।

ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର। ଖରାପ ପାଗ ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିନଥିବା ଜଣାପଡ଼ିଛି। ଘନ କୁହୁଡ଼ି ପାଇଁ ଏଭଳି ହୋଇଥିବା କୁହାଯାଉଛି।

PM Modi

PM Modi Helicopter Fails To Land Photograph: (sambad.in)

କୋଲକାତା: ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର। ଖରାପ ପାଗ ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିନଥିବା ଜଣାପଡ଼ିଛି। ଘନ କୁହୁଡ଼ି ପାଇଁ ଏଭଳି ହୋଇଥିବା କୁହାଯାଉଛି। ହେଲିକପ୍ଟରଟି ଉଡ଼ାଣ କରିଥିଲେ ବି ଦୃଶ୍ୟମ‌ାନ୍ୟତା କମ ହୋଇଯିବାରୁ ହେଲିକପ୍ଟରଟି କୋଲକାତା ବିମାନବନ୍ଦରକୁ ଫେରି ଆସିଛି।

ଅପେକ୍ଷାରେ ମୋଦୀ

ପାଣିପାଗ ପରିସ୍ଥିତି ବିଷୟରେ ଅଧିକ ସୂଚନା ପାଇଁ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ଅପେକ୍ଷା କରିଛନ୍ତି। ହେଲିକପ୍ଟରରେ ଯିବା ସମ୍ଭବ ନଥିବାରୁ ମୋଦୀ ସଡ଼କ ପଥରେ ରାଲି ସ୍ଥଳରେ ପହଞ୍ଚିବେ ନା ପାଗ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ ତାହା ଜଣାପଡ଼ିନାହିଁ। 

ସକାଳ ୧୦.୪୦‌ରେ କୋଲକାତାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ

ଆଜି ସକାଳେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦.୪୦ ସମୟରେ କୋଲକାତାରେ ପହଞ୍ଚିଥିଲେ ଏବଂ ଏକ ହେଲିକପ୍ଟର ଯୋଗେ ନାଦିଆ ଜିଲ୍ଲାର ତାହେରପୁର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ପଶ୍ଚିମବଙ୍ଗରେ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଏକ ପ୍ରଶାସନିକ କାର୍ଯ୍ୟକ୍ରମ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହା ପରେ ବିଜେପିର ଏକ ରାଜନୈତିକ ରାଲି ପରିବର୍ତ୍ତନ ସଂକଳ୍ପ ସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଏବେ ହେଲିକପ୍ଟରରେ ସମ୍ଭବ ନହେବାରୁ ମୋଦୀଜୀ କ’ଣ ନିଷ୍ପତ୍ତି ନେବେ ତାହା ଜଣାପଡ଼ିନାହିଁ। ଭିଡିଓ କଲ୍ ମାଧ୍ୟମରେ ସେ ସମ୍ବୋଧିତ କରିପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: Bangladesh Violence: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା: ୭ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe