‘ଆଜାଦ୍‌ ହିନ୍ଦ୍‌ ସରକାର’ର ୭୫ତମ ବାର୍ଷିକୀ ଅବସରରେ ଲାଲ୍‌ କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
‘ଆଜାଦ୍‌ ହିନ୍ଦ୍‌ ସରକାର’ର ୭୫ତମ ବାର୍ଷିକୀ ଅବସରରେ ଲାଲ୍‌ କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବାସ ଚନ୍ଦ୍ର ବୋଷ ଘୋଷଣା କରିଥିବା ‘ଆଜାଦ୍‌ ହିନ୍ଦ୍‌ ସରକାର’ର ୭୫ତମ ବାର୍ଷିକୀ ପାଳନ ଅବସରରେ ଲାଲ୍‌ କିଲ୍ଲା ଉପରେ ତ୍ରିରଙ୍ଗ ପତାକା ଉଡ଼ାଇଛନ୍ତି।

ସ୍ୱାଧୀନତା ଆନ୍ଦୋଳନ ସମୟରେ ନେତାଜୀ ଆଜାଦ୍‌ ହିନ୍ଦ୍‌ ସରକାର ଗଠନ କରିଥିଲେ।ଲାଲ୍‌ କିଲ୍ଲା ଠରେ ଜାତୀୟ ପତାକା ଉତ୍ତୋଳନ କରିବା ନିମନ୍ତେ ନିଆ ଯିବାର କାରଣ ହେଲା ଏହି ଠାରେ ହିଁ ଆଜାଦ୍‌ ହିନ୍ଦ୍‌ ଫୌଜର ସୈନିକମାନେ ବ୍ରିଟିସ୍‌ ସରକାରଙ୍କ ବିଚାରର ସମ୍ମୁଖୀନ ହୋଇଥିଲେ।

ଭିଡିଓ ଫିଡ୍‌ କରାଯାଇଥିବା ଏକ ଟୁଇଟର୍‌ରେ ହେମକୁଣ୍ଡ ଦିବସ ପାଳନ ସମୟରେ ପ୍ରଧାନମନ୍ତ୍ରୀ ଅଂଶ ଗ୍ରହଣ କରିବେ ବୋଲି ନିଶ୍ଚିତ କରି କହିଛନ୍ତି: ଅକ୍ଟୋବର ୨୧ ତାରିଖ ଦିନ ଲାଲ୍‌ କିଲ୍ଲାରେ ପତ୍ତାକା ଉତ୍ତୋଳନରେ ମୁଁ ଅଂଶ ଗ୍ରହଣ କରିବି।

ଅଂଶ ଗ୍ରହଣ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେତାଜୀଙ୍କ ଅଣପୁତୁରା ଏବଂ ବିଜେପିର ବେଙ୍ଗଲ୍‌ ଉପାଧ୍ୟକ୍ଷ ଚନ୍ଦ୍ର କୁମାର ବୋଷ ପତ୍ର ଲେଖିଥିଲେ। ସେ କହିଛନ୍ତି ଯେ ଭାରତୀୟ ଭାବେ ଏହି ଦିବସ ପାଳନ କରି ଆମେ ଗୌରବାନ୍ଵିତ ହେବା ଉଚିତ।

ଏଯାବତ୍‌ ଜୀବିତ ଥିବା ଇଣ୍ଡିଆନ୍‌ ନେସ୍‌ନାଲ୍‌ ଆର୍ମିର (ଆଇଏନ୍‌ଏ) ସଦସ୍ୟ ଲଳିତ ରାମ, ଜାଗିର ସିଂହ, ପ୍ରମାନନ୍ଦ, ଜଗ ରାମ ଏବଂ ରାମ ଗୋପାଳ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି।

ଭାରତୀୟ ସଶସ୍ତ୍ର ବାହିନୀର ବର୍ଷିୟାନ୍‌ମାନଙ୍କର ନେତୃତ୍ୱ ନେବେ ମେଜର ଜେନେରାଲ୍‌ ଜି ଡି ବକ୍ସି। ବେଙ୍ଗଲ୍‌ର ବିଜେପି ୟୁନିଟ୍‌ ମଧ୍ୟ ଏହି ଦିବସ ପାଳନ କରିବାକୁ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe