ମୋଦୀଙ୍କୁ ଯେପରି ଆଇନଗତ ସୁରକ୍ଷା ଦିଆଯାଇଥିଲା, ସାଉଦି ଯୁବରାଜଙ୍କୁ ଦିଆଯାଇଛି : ଆମେରିକା

ମୋଦୀଙ୍କୁ ଯେପରି ଆଇନଗତ ସୁରକ୍ଷା ଦିଆଯାଇଥିଲା, ସାଉଦି ଯୁବରାଜଙ୍କୁ ଦିଆଯାଇଛି : ଆମେରିକା

Image Source: Zee News

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଆମେରିକା ସରକାରଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆମେରିକାର ପରରାଷ୍ଟ୍ର ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ ଶୁକ୍ରବାର ଦିନ ଏକ ବୟାନରେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ସରକାର ଯେଉଁପ୍ରକାରର ଆଇନଗତ ସୁରକ୍ଷା ପ୍ରଦାନ କରିଥିଲେ ଏବେ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ସେହି ସୁରକ୍ଷା ଦିଆଯାଇଛି ।

ସାମ୍ବାଦିକ ଜମାଲ ଖାସୋଗିଙ୍କ ନିର୍ମମ ହତ୍ୟା ଘଟଣାରେ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ଯୁବରାଜଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ବିଷୟରେ ବେଦନ୍ତ ପଟେଲ କହିଛନ୍ତି ଯେ ଏପରି ପ୍ରଥମ ଥର ପାଇଁ ହେଉନାହିଁ । ପୂର୍ବରୁ ଅନେକ ଲୋକଙ୍କୁ ଏପରି ସୁରକ୍ଷା ଦିଆଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦୀ । ଏହା ପୂର୍ବରୁ ଅନେକ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ପ୍ରୟୋଗ କରାଯାଇଛି ବୋଲି ଶ୍ରୀ ପଟେଲ ଜଣେ ସାମ୍ବାଦିକଙ୍କୁ କହିଛନ୍ତି ।

"କିଛି ଉଦାହରଣ: ୧୯୯୩ ରେ ହାଇତିରେ ରାଷ୍ଟ୍ରପତି ଆରିଷ୍ଟାଇଡ୍, ୨୦୦୧ ରେ ଜିମ୍ବାୱେର ରାଷ୍ଟ୍ରପତି ରବର୍ଟ ମୁଗାବେ, ୨୦୧୪ରେ ଭାରତରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୨୦୧୮ ରେ କଙ୍ଗୋ ରାଷ୍ଟ୍ରପତି କାବିଲା । ଏହା ଏକ ସ୍ଥାୟୀ ପରମ୍ପାରା ଯାହାକି ଆମେ ରାଷ୍ଟ୍ରମୁଖ୍ୟ, ସରକାର ମୁଖ୍ୟ ଏବଂ ବୈଦେଶିକ ମନ୍ତ୍ରୀମାନଙ୍କୁ ପ୍ରଦାନ କରିଛୁ ବୋଲି ସେ କହିଛନ୍ତି ।
ଏ ସଂପର୍କରେ ଭାରତର ପ୍ରତିକ୍ରିୟା ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe