ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି: ପ୍ରଧାନମନ୍ତ୍ରୀ ମୋଦୀ

Advertisment

ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେସ୍ ବିବୃତି

ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେସ୍ ବିବୃତି

ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୁଁ ଚାନ୍ସେଲର ନେହମାରଙ୍କୁ ଉଦାର ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି। ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଅଷ୍ଟ୍ରିଆ ଗସ୍ତ କରିବାର ସୁଯୋଗ ପାଇଲି। ମୋ ଗସ୍ତ ଐତିହାସିକ ତଥା ସ୍ୱତନ୍ତ୍ର । ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି। ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ମୋଦୀ କହିଛନ୍ତି, ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି। ପାରସ୍ପରିକ ବିଶ୍ୱାସ ଏବଂ ସହଭାଗୀ ସ୍ୱାର୍ଥ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇଥାଏ । ଆଜି ଚାନ୍ସେଲର ନେହମର ଏବଂ ମୋ ମଧ୍ୟରେ ବହୁତ ଫଳପ୍ରଦ କଥାବାର୍ତ୍ତା ହୋଇଥିଲା । ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ନୂତନ ସମ୍ଭାବନା ଚିହ୍ନଟ କରିଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ସମ୍ପର୍କକୁ ରଣନୀତିକ ଦିଗକୁନିଆଯିବ। ଆଗାମୀ ଦଶନ୍ଧି ପାଇଁ ସହଯୋଗର ଏକ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା କେବଳ ଅର୍ଥନୈତିକ ସହଯୋଗ ଓ ନିବେଶରେ ସୀମିତ ନୁହେଁ। ଭିତ୍ତିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଉଦଜାନ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ ଆଦି କ୍ଷେତ୍ରରେ ପରସ୍ପରର ସାମର୍ଥ୍ୟକୁ ଯୋଡ଼ିବା ପାଇଁ କାର୍ଯ୍ୟ କରାଯିବ। ଉଭୟ ଦେଶର ଯୁବଶକ୍ତି ଓ ଚିନ୍ତାଧାରାକୁ ଯୋଡ଼ିବା ପାଇଁ ଷ୍ଟାର୍ଟଅପ୍ ସେତୁକୁ ତ୍ୱରାନ୍ୱିତ କରାଯିବ। ପରିବହନ ଏବଂ ପ୍ରବାସସହଭାଗୀତା ଉପରେ ପୂର୍ବରୁ ଏକ ଚୁକ୍ତି ହୋଇସାରିଛି। ଏହା ଦ୍ୱାରା ଆଇନଗତ ସ୍ଥାନାନ୍ତର ଏବଂ କୁଶଳୀ କର୍ମଚାରୀଙ୍କ ଯାତାୟାତରେ ସୁବିଧା ହେବ । ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ।

ଆମେ ଯେଉଁ ହଲରେ ଠିଆ ହୋଇଛୁ ତାହା ଅତ୍ୟନ୍ତ ଐତିହାସିକ। ଉନବିଂଶ ଶତାବ୍ଦୀରେ ଏଠାରେ ଐତିହାସିକ ଭିଏନା କଂଗ୍ରେସ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ୟୁରୋପରେ ଶାନ୍ତି ଓ ସ୍ଥିରତା ପାଇଁ ମାର୍ଗ  ଦେଖାଇଥିଲା। ଚାନ୍ସେଲର ନେହମାର ଏବଂ ମୁଁ ବିଶ୍ୱର ସମସ୍ତ ସଂଘର୍ଷ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ, ତାହା ୟୁକ୍ରେନର ସଂଘର୍ଷ ହେଉ କିମ୍ବା ପଶ୍ଚିମ ଏସିଆର ପରିସ୍ଥିତି ହେଉ । ମୁଁ ପୂର୍ବରୁ କହିସାରିଛି ଯେ ଏହା ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ କ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଯେଉଁଠି ବି ହେଉ, ନିରୀହ ଜୀବନ ହାନି ଗ୍ରହଣୀୟ ନୁହେଁ। ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ଭାରତ ଓ ଅଷ୍ଟ୍ରିଆ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଆମେ ସମସ୍ତେ ମିଳିମିଶି ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଆମେ ଜଳବାୟୁ ପରିବର୍ତ୍ତନ ଏବଂ ମାନବିକତା ସମ୍ମୁଖୀନ ହେଉଥିବା ଆତଙ୍କବାଦ ଭଳି ଆହ୍ୱାନ ଉପରେ ମଧ୍ୟ ମତ ରଖିଛୁ । ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଜୈବ ଇନ୍ଧନ ମେଣ୍ଟ ଭଳି ଆମର ପଦକ୍ଷେପରେ ସାମିଲ ହେବା ପାଇଁ ଆମେ ଅଷ୍ଟ୍ରିଆକୁ ନିମନ୍ତ୍ରଣ କରୁଛୁ । ଆମେ ଦୁହେଁ ଆତଙ୍କବାଦକୁ ଦୃଢ଼ ନିନ୍ଦା କରୁଛୁ। ଆମେ ସହମତ ଯେ ଏହା କୌଣସି ପ୍ରକାରରେ ଗ୍ରହଣୀୟ ନୁହେଁ । ଏହାକୁ କୌଣସି ପ୍ରକାରେ ଯୁକ୍ତିଯୁକ୍ତ କରାଯାଇ ପାରିବ ନାହିଁ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକୁ ସମସାମୟିକ ଏବଂ ପ୍ରଭାବଶାଳୀ କରିବା ପାଇଁ ଆମେ ସଂସ୍କାର କରିବାକୁ ରାଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe