ଉଦଘାଟନ ସମୟରେ ଚେନାବ ସେତୁ ଉପରେ ପତକା ଉଡ଼ାଇ ଚୀନ ଓ ପାକିସ୍ତାନକୁ ଚେତାବନୀ ଦେଲେ ମୋଦୀ

ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ ସମୟରେ ମୋଦୀ ଜାତୀୟ ପତକା ଉଡ଼ାଇ ଚୀନ ଓ ପାକିସ୍ତାନକୁ ଦେଇଛନ୍ତି ଚେତାବନୀ। ଏ ଦୁଇଟି ଦେଶ ଭାରତର ସୀମା ଏବଂ ସାର୍ବଭୌମତ୍ୱକୁ ବାରମ୍ବାର ଚ୍ୟାଲେଞ୍ଜ କରୁଛନ୍ତି।

fj

ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁନ୍ ୬, ୨୦୨୫) ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ଜାତୀୟ ପତକା ଉଡ଼ାଇଥିବାର ସୁନ୍ଦର ଦୃଶ୍ୟ ‌ଦେଖିବାକୁ ମିଳିଥିଲା। ଏହା ଚୀନ ଓ ପାକିସ୍ତାନକୁ କଡ଼ା ଚେତାବନୀ ବୋଲି କୁହାଯାଉଛି। ଯେଉଁମାନେ ଭାରତର ସୀମା ଏବଂ ସାର୍ବଭୌମତ୍ୱକୁ ବାରମ୍ବାର ଚ୍ୟାଲେଞ୍ଜ କରୁଛନ୍ତି।

କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଭାବରେ ବିବେଚନା କରାଯାଉଛି। ଏହି ସେତୁ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। 

ଚେନାବ ସେତୁର ଉଚ୍ଚତା ୩୫୯ ମିଟର (ପ୍ରାୟ ୧,୧୭୮ ଫୁଟ)ରହିଛି। ଯାହାକି ଏଫିଲ ଟାୱାର ଠାରୁ ଅଧିକ ଥିବା କୁହାଯାଉଛି। ଷ୍ଟିଲ୍ ଏବଂ କଂକ୍ରିଟରେ ତିଆରି ଏହି ସେତୁ କେବଳ ଇଞ୍ଜିନିୟରିଂ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କାଶ୍ମୀର ଉପତ୍ୟକାକୁ ରେଳ ଦ୍ୱାରା ଭାରତର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe