Image Courtesy of The Hindustan Times
ନୂଆଦିଲ୍ଲୀ: ଆଜି ବିହାରରେ ତିନୋଟି ପେଟ୍ରୋଲିୟମ୍ ପ୍ରକଳ୍ପ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସରକାରୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ବିହାର ରାଜ୍ୟ ପ୍ରଶାସନର ଭୂମିକା ପ୍ରଶଂସନୀୟ।
ସେ କହିଲେ, ବିଗତ ୧୫ ବର୍ଷରେ ବିହାର ଦର୍ଶାଇଛି ପାରିଛି ଯେ, ରାଜ୍ୟରେ ଉପଯୁକ୍ତ ସରକାର ନିର୍ବାଚିତ ହେଲେ, ରାଜ୍ୟବାସୀଙ୍କୁ ସରକାରୀ ଯୋଜନାର ଲାଭ ମିଳିପାରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ୯୦୦ କୋଟି ଟଙ୍କା ମୂଲ୍ୟର ତିନୋଟି ପେଟ୍ରୋଲିୟମ୍ ସେକ୍ଟର୍ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ସେସବୁ ହେଉଛି- ପାରାଦୀପ-ହଳଦିଆ-ଦୁର୍ଗାପୁର ପାଇପ୍ଲାଇନ୍ ଅଗ୍ମେଣ୍ଟେସନ୍ ପ୍ରୋଜେକ୍ଟ୍ର ଦୁର୍ଗାପୁର-ବାଙ୍କା ସେକ୍ସନ୍ ଏବଂ ବାଙ୍କା ଓ ରମ୍ପାରଣ ଠାରେ ଦୁଇଟି ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ ବଟ୍ଲିଙ୍ଗ୍ ପ୍ଲାଣ୍ଟ୍।
Image Courtesy of Rclipseଏ ଦୁଇଟି ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ ବଟ୍ଲିଙ୍ଗ୍ ପ୍ଲାଣ୍ଟ୍ କେବଳ ବିହାରର କେତୋଟି ଜିଲ୍ଲା ନୁହେଁ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ଅଳ୍ପ କେତେକ ଜିଲ୍ଲା ଲାଗି ମଧ୍ୟ ଗ୍ୟାସ୍ ସିଲିଣ୍ଡର୍ ଭରିବାରେ ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଏହି ଭର୍ଚ୍ୟୁଆଲ୍ ଉତ୍ସବରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଥିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଳ କେ. ମୋଦୀ।
ପ୍ରଧାନମନ୍ତ୍ରୀ କହିଲେ, କେନ୍ଦ୍ର ସରକାର ରାଜ୍ୟରେ ସମସ୍ତ ଶକ୍ତି ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକର ବିକାଶ ଲାଗି ବ୍ୟାପକ କାର୍ଯ୍ୟ ଚଳାଇଛନ୍ତି। ଗୋଟିଏ ପିଢ଼ି ପ୍ରକଳ୍ପର ଉଦ୍ଘାଟନ ଦେଖିବା ଏବଂ ପର ପିଢ଼ି ତା’ର ଶେଷ ଦେଖିବା ଯୁଗରେ ଆଉ ଆମେ ନାହାନ୍ତି। ନୂଆ ଭାରତ ଓ ନୂଆ ବିହାର ତ୍ବରିତ ବିକାଶରେ ବିଶ୍ବାସ କରେ।
Follow Us