ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ମଥା ଟେକି ଠିଆ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ମଥା ଟେକି ଠିଆ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ଆଜି ମଥା ଟେକି ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମେଜର୍‌ ଧ୍ୟାନ ଚାନ୍ଦ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌’ରେ ଦିଲ୍ଲୀର ବୃହତ୍ତମ ଜନଜାତି ଉତ୍ସବ ‘ଆଦି ମହୋତ୍ସବ’ ଉଦ୍‌ଘାଟନ କରି କହିଛନ୍ତି।

ସେଠାରେ ସେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବ‌ୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେମାନଙ୍କ ବିଭିନ୍ନ ଉତ୍ପାଦ ଜରିଆରେ ବିଭିନ୍ନ କଳା, କଳାକୃତି, ସଙ୍ଗୀତ ଏବଂ ସାଂସ୍କୃତିକ ପ୍ରଦର୍ଶନ ଦେଖି ମୁଁ ଆନନ୍ଦିତ। ମୋର ହୃଦ୍‌ବୋଧ ହେଉଛି ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ତା’ର ପରମ୍ପରା ଉପରେ ଗୁରୁତ୍ବ ଦେଇ ଆଜି ସଗର୍ବ ମଥା ଟେକି ଠିଆ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଏକବିଂଶ ଶତାବ୍ଦୀର ନୂଆ ଭାରତ ‘ସବ୍‌ କା ସାଥ୍‌ ସବ୍‌କା ବିକାଶ’ ଦର୍ଶନ ଉପରେ କାର୍ଯ୍ୟ କରୁଛି। ଦୀର୍ଘ ଦିନ ଧରି ଅପହଞ୍ଚ ଜନତାଙ୍କ ନିକଟରେ ପହଞ୍ଚିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି।

publive-image Image Courtesy of ANI

ଗତ ୮/୯ ବର୍ଷ ହେବ ‘ଆଦି ମହୋତ୍ସବ’ ଭଳି କାର୍ଯ୍ୟକ୍ରମ ଦେଶ ପାଇଁ ଅନ୍ଦୋଳନ ହୋଇଛି। ମୁଁ ମଧ୍ୟ କେତେଗୁଡ଼ିଏ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛି। ଜନଜାତି ସମାଜର କଲ୍ୟାଣ ମୋର ବ୍ୟକ୍ତିଗତ ତଥା ଆବେଗିକ ବିଷୟ ହୋଇଥିବାରୁ ମୁଁ ସେ ସବୁ କାର୍ଯ୍ୟକ୍ରମରେ ଭାଗ ନି‌ଏ।

ସୂଚନାଯୋଗ୍ୟ, ଜନଜାତି ସଂସ୍କୃତି, କାରୁକଳା, ରୋଷେଇ, ବାଣିଜ୍ୟ ଓ ପାରମ୍ପରିକ କଳାର ଉଚ୍ଛ୍ବାସ ପାଳନ କରୁଥିବା ‘ଆଦି ମହତ୍ସୋବ’ ହେଉଛି ଜନଜାତି ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ‘ଜନଜାତି ସମବାୟ ବିପଣନ ବିକାଶ ସଂଘ ଲିମିଟେଡ୍‌’ର (ଟିଆର୍‌ଆଇଏଫ୍‌ଇଡି) ବାର୍ଷିକ ଉପକ୍ରମ। ଚଳିତ ବର୍ଷ ଏହା ଫେବ୍ରୁଆରି ୧୬ରୁ ୨୭ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ଆୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe