Image Courtesy of NDTV
ଭୁଜ୍: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭୁଜ୍ ନଗରୀ ଉପକଣ୍ଠରେ ‘ସ୍ମୁତିବନ ସ୍ମାରକୀ’ ଉଦ୍ଘାଟନ କରିଛନ୍ତି। ୨୦୦୧ରେ ଗୁଜରାଟର କଚ୍ ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାଣ ହରାଇଥିବା ଜନତାଙ୍କ ସ୍ମୃତି ପ୍ରତି ଏହି ସ୍ମାରକୀ ଉତ୍ସର୍ଗ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଲେ, ସ୍ମୃତି ବନ ହେଉଛି ଭୂମିକମ୍ପରେ ଜୀବନ ହରାଇଥିବା ଜନସାଧାରଣ ଓ କଚ୍ ଜନସାଧାରଣଙ୍କର ଉଲ୍ଲେଖନୀୟ ସଂଗ୍ରାମୀ ଉଚ୍ଛ୍ବାସ ପ୍ରତି ଶ୍ରଦ୍ଧାଞ୍ଜଳି।
ଲୋକମାନଙ୍କର ସଂଗ୍ରାମୀ ମନୋଭାବକୁ ପାଳନ କରିବା ଲାଗି ପ୍ରାୟ ୪୭୦ ଏକର ପରିମିତ ଜମିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ୨୦୦୧ରେ ସଂଘଠିତ ଉକ୍ତ ଭୂମିକମ୍ପରେ ୧୩,୦୦୦ ଲୋକ ପ୍ରାଣ ହରାଇଥିଲେ। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୁଜ୍। ମୃତ ଜନତାଙ୍କ ନାମ ସବୁ ମଧ୍ୟ ସେହି ସ୍ମାରକୀସ୍ଥଳରେ ଉଲ୍ଲେଖ କରାଯାଇଛି।
ଏହାଛଡ଼ା, ‘ସ୍ମତିବନ ଭୂମିକମ୍ପ ସଂଗ୍ରହାଳୟ’ ନାମରେ ଅତ୍ୟାଧୁନିକ ସଂଗ୍ରହାଳୟଟିଏ ମଧ୍ୟ ନିର୍ମାଣ କରାଯାଇଛି। ୭ଟି ବ୍ଲକ୍ରେ ବିଭକ୍ତ ଏହି ସଂଗ୍ରାହଳୟରେ ରହିଛି ପୁନର୍ଜନ୍ମ, ପୁନଃଆବିଷ୍କାର, ସଂରକ୍ଷଣ, ପୁନଃନିର୍ମାଣ, ପୁନଃଚିନ୍ତନ, ପୁନର୍ଜୀବନ ଏବଂ ନବୀକରଣ ଆଦି ୭ଟି ‘ଥିମ୍’।
Image Courtesy of PM's Tweetଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କଚ୍ ବିଶ୍ବବିଦ୍ୟାଳୟ ପ୍ରାଙ୍ଗଣକୁ ଯାଇ ସେଠାରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବା ସହ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବେ।
ଏଥିସହ ଆଜି ପ୍ରଧାନମନ୍ତ୍ରୀ କଚ୍ ଅନ୍ତର୍ଗତ ଅଞ୍ଜାର ନଗରୀରେ ‘ବୀର ବାଳକ ସ୍ମାରକୀ’ ମଧ୍ୟ ଉଦ୍ଘାଟନ କରିବେ। ଅଞ୍ଜର୍ ନଗରୀରେ ରାଲି କରୁଥିବା ବେଳେ ଜାନୁଆରି ୨୬, ୨୦୦୧ରେ ଗୁଜରାଟ ଭୂମିକମ୍ପରେ ୧୮୫ଜଣ ସ୍କୁଲ ପିଲା ଓ ୨୦ଜଣ ଶିକ୍ଷକ କୋଠାବାଡ଼ିର ଭଗ୍ନସ୍ତୂପ ଭିତରେ ପୋତି ହୋଇଯାଇଥିଲେ।
Follow Us